ଓଡିଶା

ପ୍ରସିଦ୍ଧ ଦୁର୍ଗା ପୂଜା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ 

(କଟକ) : କଟକ ପ୍ରସିଦ୍ଧ ଦୁର୍ଗା ପୂଜା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଆୟୋଜିତ ହୋଇଯାଇଛି ପ୍ରସ୍ତୁତି ବୈଠକ । ଚଳିତ ବର୍ଷ ଦୂର୍ଗା ପୂଜା ଓ ଭସାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକର ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି ।

ସୂଚନାନୁଯାୟୀ , ଚଳିତ ବର୍ଷ ଭସାଣୀକୁ ମଦ ମୁକ୍ତ ଭସାଣୀ କରିବା ପାଇଁ ପୂଜା କମିଟି ପକ୍ଷରୁ ପ୍ରସ୍ତାବ ଦିଆ ହୋଇଛି । ପୂଜାକୁ ଶୃଙ୍ଖଳିତ କରିବା ସହ ଶୋଭାଯାତ୍ରାକୁ ସୀମିତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପୂଜା କମିଟିକୁ ପରାମର୍ଶ ଦିଆଯାଇଛି ।  ଚଳିତ ବର୍ଷ ପୂଜା ଓ ଭସାଣୀକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ବର୍ଷ ଭଳି ଚଳିତ ବର୍ଷ ଦଶହରାରେ ରାତି ବାରଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣ ସମୟରେ ବାରଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ରକୁ ଅନୁମତି ପ୍ରଦାନ କରାଯାଇଛି ।

Related posts

୩ ଦିନରେ ୮୦୮୧ ଅନଲାଇନରେ ପଞ୍ଜିକରଣ

mahabharatanews

BMC ଅଫିସ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା

mahabharatanews

ପାଟଣା ପ୍ରକଳ୍ପ ବିଦ୍ୟାଳୟରେ ଜାତୀୟ ନିରାପତ୍ତା ଦିବସ ପାଳିତ

mahabharatanews