ଅପରାଧଓଡିଶା

ପୂର୍ବତନ କର୍ପୋରେଟରଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର : ଭୁବନେଶ୍ଵର ମହାନଗର ନିଗମ ୫୮ ନମ୍ବର ୱାର୍ଡର ପ୍ରାର୍ଥୀନୀଙ୍କ ଭାଇ ତଥା ପୂର୍ବତନ କର୍ପୋରେଟର ମଳୟ ମହାପାତ୍ରଙ୍କୁ ଗତ କାଲି ନିର୍ବାଚନ ଚାଲିଥିବା ସମୟରେ ମରଣାନ୍ତକ ଆକମ୍ରଣ ହୋଇଛି। ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ଗତ କାଲି ମତଦାନ ଚାଲିଥିବା ବେଳେ ପ୍ରାୟ ସାଢ଼େ ୪ଟାରେ ମଳୟଙ୍କ ପରିଚିତ ଲୋକ ଭୋଟ୍ ଦୋବକୁ ଯାଉଥିବା ବେଳେ ତାଙ୍କୁ ସରକାରୀ ଦଳର କର୍ମି ଅଟକାଇଥିଲେ। ଏଠାକୁ କାହିଁକି ଆସିଛି ବୋଲି କହି ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ମଳୟ ଏନେଇ ପୁଲିସକୁ ଜଣାଇବା ସହ ଘଟଣା ସମ୍ପର୍କରେ କହିବା ପରେ ପୁଲିସ କିଛି କାର୍ୟ୍ୟାନୁଷ୍ଠାନ ନେଇନଥିଲା।

ପରେ ଉକ୍ତ ସରକାରୀ ଦଳର ପ୍ରାୟ ୧୫ରୁ ଉଦ୍ଧ୍ୱର୍ ଯୁବକ – ମିଳନ ଦାସ, ଡିଲନ ଦାସ, ଲିଲନ ଦାସ, ଗୋଲକ ଦାସ, ରମେଶ ଦାସ, ଲିଟୁ ବଡ଼ଜେନା, ଜଗୁ ମହାନ୍ତି, ଦିଲୁ ମହାନ୍ତି, ସୁବାଷ ବାରିକ, ନାରାୟଣ ପରିଡ଼ା, ତାପସ ଦାସ, ଲିଟୁ ବଦ୍ଧନ, ପ୍ରଶାନ୍ତ ବେହେରା, ସୁଜିତ ମାଣ୍ଡୁ, ରାଜା ବେହେରା, ବଦାନି ସିଂ, ବାବୁନା ଦାସ, ଶୁଭେନ୍ଦୁ ବିଶ୍ବାଳ, ଡିଲନ ଦାସ, ମଳୟଙ୍କ କଲର ଧରି ଭିଡ଼ି ନେବା ସହ ଏକ ବସ୍ରେ ପିଟି ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ପରେ ମରଣାନ୍ତକ ଆକମ୍ରଣ କରିଥିଲେ। ତାଙ୍କୁ ତଳେ ପକାଇ ଚଢି ଯାଇଥିଲେ। ଏପରିକି ବନ୍ଧୁକରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ମଳୟ ଅଭିଯୋଗ କରିଛନ୍ତି। ଘଟଣା ପରେ ରକ୍ତସ୍ରାବ ହୋଇ ଲହୁଲୁହାଣ ଅବସ୍ଥାରେ ଅଳ୍ପକେ ଭର୍ତି ଯାଇ ମଳୟ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ପୁଲିସ ମଳୟଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଚିକିତ୍ସା କରାଇବା ସହ ଘଟଣାର ଅନୁସନ୍ଧାନ ଚଳାଇଛି।

Related posts

କମ୍ପ୍ୟୁଟର ସେଣ୍ଟରରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

mahabharatanews

 ଭୂୟାଁ ବାବୁ ବିଡିଏର ହର୍ତ୍ତା କର୍ତ୍ତା ଦଇବ ବିଧାତା

mahabharatanews

ଆଜି ରାଜ୍ୟରେ୧୦୭ କ୍ୱାରେଣ୍ଟାଇନ କେନ୍ଦ୍ରର, ୫ ଲୋକାଲ

mahabharatanews