ଓଡିଶାରାଜନୀତି

ଯୁବ କଂଗ୍ରେସର ନୂଆ ସଭାପତିଙ୍କ ଦାୟିତ୍ୱ ଗ୍ରହଣ ପୂର୍ବରୁ କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ପରିସରେ ଉତ୍ତେଜନା । ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ କଂଗ୍ରେସ ଭବନ ପରିସରରେ ଖଣ୍ଡା ଚମକିଲା । ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ସମର୍ଥକ ଏବଂ ବିରୋଧୀ ଯୁବ ଗୋଷ୍ଠୀ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ ।
ଆଜି ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କା କାର୍ୟ୍ୟରେ ଯୋଗ ଦେବା ପୂର୍ବରୁ ଶତାଧିତ ଯୁବକର୍ମୀ କଂଗ୍ରେସ ଭବନ ସମ୍ମୁଖରେ ନାରାବାଜି ଦେଇଥିଲେ । ଫଳରେ କଂଗ୍ରେସ ଭବନ ପରିସରରେ ସମର୍ଥକ ଓ ବିରୋଧୀଙ୍କ ଭିତରେ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଥିଲେ । ଏଥିରେ କିଛି କର୍ମୀ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ସେଠାରେ ପହଞ୍ଚି ଉଭୟ ଗୋଷ୍ଠୀର ଯୁବ କର୍ମୀଙ୍କୁ ବୁଝାସୁଝା କରିଥିଲା । ସ୍ଥିତି ଏପରି ଅଣାୟତ ହୋଇଥିଲା କି ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ଶେଷରେ ବିରୋଧୀ ଗୋଷ୍ଠୀ ସେଠାରୁ ପଳାୟନ କରିଥିଲେ ଓ ଯୁବ କଂଗ୍ରେସର ନୂଆ ସଭାପତି ଦାୟିତ୍ୱ ନେଇଥିଲେ ।
ସେପଟେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏହାର ତଦନ୍ତ କରି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related posts

ହୋଟେଲ୍ ଛାତରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

mahabharatanews

ତହସିଲଦାରଙ୍କ ଅଚାନକ ଚଢଉ ବାଲି ବୋଝେଇ ଟ୍ରାକ୍ଟର ଜବତ

mahabharatanews

ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ପାଇଁ ଆଜି ଲୋକସେବା ଭବନ ରେ ବସିବ ପ୍ରସ୍ତୁତି ବୈଠକ

mahabharatanews