ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ସାରା ଦେଶର ଆର୍ଥିକ ମେରୁଦଣ୍ଡ ଭୁଶୁଡି ପଡିଛି । ବହୁ ଲୋକ ଚାକିରି ହରାଇଥିବା ବେଳେ ଅନେକ ଲୋକ ନିଜ ବ୍ୟବସାୟ ହରାଇଛନ୍ତି । ଧିରେ ଧିରେ କଟକଣା କୋହଳ ହେଉଥିବାରୁ ରାଜ୍ୟରେ ବସ୍ , ଅଟୋ ରିସ୍କା ଚଳାଚଳ ପାଇଁ ଅନୁମତି ମିଳିଛି । କିନ୍ତୁ ଗରିବ ଅଟୋ, ରିକ୍ସା ଚାଳକଙ୍କ ଉପରେ ଜୁଲମ ଆରମ୍ଭ କରିଛନ୍ତି ଫାଇନାନ୍ସ କମ୍ପାନୀ । ରାସ୍ତାରେ ଯାଉଥିବା ବେଳେ ବାଟରେ ଲୋକଙ୍କ ଗାଡି ଛଡାଇ ନେଉଛନ୍ତି । ଏପରିକି ଟଙ୍କା ଦେଇ ଗାଡି ଆଣିବାକୁ ଚାହୁଁଥିବା ଲୋକଙ୍କୁ ମଧ୍ୟ ଗାଡି ମିଳୁପାରୁନି । ଏନେଇ ଅଭିଯୋଗ କଲେ ମଧ୍ୟ ପୁଲିସ କିଛି ଶୁଣୁ ନଥିବା ଅଭିଯୋଗ ହେଉଛି ।
ନୟାପଲ୍ଲୀ ଥାନା ଅଧୀନ ସାଲିଆ ସାହି ବସ୍ତିରେ ରୁହନ୍ତି ରମାକାନ୍ତ ମହାପାତ୍ର । ସେ ଦୁଇ ବର୍ଷ ପୂର୍ବରୁ ବାଜାଜ ଫାଇନାନ୍ସ ସହାୟତାରେ ଏକ ଅଟୋ କିଣିଥିଲେ । ତିନି ବର୍ଷର ଋଣ ଥିବା ବେଳେ ୬ ମାସ ହେବ କରୋନା ଯୋଗୁ ଧନ୍ଦା ବନ୍ଦ ପଡିଛି । ତେଣୁ ୪ ମାସର କିସ୍ତି ଦେଇ ପାରି ନ ଥିଲେ । ୧୦ ଦିନ ତଳେ ସେ ଜଟଣି ଯାଇଥିବା ବେଳେ କିଛି ଲୋକ ତାଙ୍କ ଅଟୋ ଛଡାଇ ନେଇଥିଲେ ନିଜକୁ ବାଜାଜ ଫାଇନାନ୍ସର କର୍ମଚାରୀ ପରିଚୟ ଦେଇ । ପରେ ସେ ବାକି ଥିବା ଟଙ୍କା ଦେବା ପାଇଁ ବାଜାଜ ଫାଇନାନ୍ସ ସଂସ୍ଥାକୁ ଯାଇଥିଲେ ମଧ୍ୟ ଅଫିସର ନାହାନ୍ତି କହି ତାଙ୍କୁ ଫେରାଇ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି ।
କେବଳ ରମାକାନ୍ତ ନୁୂହେଁ ତାଙ୍କ ଭଳି ୫୦ ରୁ ଊଦ୍ଧ୍ୱର୍ ଅଟୋ ଏବଂ ବାଇକ ଚାଳକଙ୍କ ଗାଡି ଛଡାଇ ନେଇଛି ଫାଇନାନ୍ସ କମ୍ପାନୀ । ଅଟୋ ନେଇଯାଇଥିବା ମାଲିକମାନେ ଆଜି କଳ୍ପନାସ୍ଥିତ ବାଜାଜ ଫାଇନାନ୍ସ କମ୍ପାନୀର କାର୍ଯ୍ୟାଳୟ ଘେରାଉ କରିଥିଲେ । ଗାଡି ନ ଫେରାଇବା ଯାଏ ସେମାନେ ଯିବେ ନାହିଁ ବୋଲି ଦାବି କରିଥିଲେ । ତେବେ ଫାଇନାନ୍ସ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କହୁଛନ୍ତି, ଆମେ ଗାଡି ଛଡାଇ ନାହୁଁ ସେମ।।ନେ ଆଣି ଆମ ପାଖରେ ହସ୍ତାନ୍ତର କରିଛି ।
ସୁପ୍ରିମ କୋର୍ଟର ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ଠାରୁ ରାସ୍ତା ଉପରୁ ଗାଡି ଛଡାଇବାର ଅଧିକାର ଫାଇନାନ୍ସ କମ୍ପାନୀକୁ ଦିଆଯାଇ ନାହିଁ । ହେଲେ ଫାଇନାନ୍ସ କମ୍ପାନୀମାନେ ଥାର୍ଡ ପାର୍ଟି ଜରିଆରେ ଲୋକମାନଙ୍କ ଠାରୁ ଜୋର ଜବରଦସ୍ତି ଗାଡି ଛଡାଇ ନେଉଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଥାର୍ଡ ପାର୍ଟି କିଏ, ସେମାନଙ୍କୁ ଗାଡି ଛଡାଇବାର ଅଧିକାର କିଏ ଦେଲା । ସବୁଠୁ ବଡ କଥା ହେଉଛି ଏଭଳି ରାସ୍ତା ଉପରୁ ଗାଡି ଛଡାଇ ନେବା ଆଇନ ଅନୁଯାୟୀ ଅପରାଧ ହୋଇଥିଲେ ମଧ୍ୟ ଥାନାରେ ଅଭିଯୋଗ କଲେ ବି ପୋଲିସ ମାମଲକୁ ଗରୁତ୍ୱ ଦେଉନି । ଯାହାକୁ ନେଇ ସର୍ବସାଧାରଣରେ ଉତ୍ତେଜନା ପ୍ରକାଇ ପାଇଛି ।
previous post