ଓଡିଶା

ନିଶ୍ଚିତ ମୃତ୍ୟୁରୁ ବଞ୍ଚିଲେ ୫ ଜଣ

ପାଟଣା: ଲଗାଣ ବର୍ଷା ପାଣିରେ ଉବୁଟୁବୁ ହେଉଛି ସାରା ରାଜ୍ୟ । ରାସ୍ତାଘାଟ ଭାଙ୍ଗିଯିବାର ଦୃଶ୍ୟ ମଧ୍ୟ ଦେଖାଯାଇଛି ଅନେକ ଜିଳ୍ଳାରେ । ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲାରେ । ବର୍ଷା ଯୋଗୁଁ ଘରେ ଶୋଇଥିବା ବେଳେ ଘରର କାନ୍ଥ ଭୁଷୁଡି ପଡିଥିଲା । ତେବେ ପରିବାରର ୫ ଜଣ ସଦସ୍ୟ ଅଳ୍ପକେ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଥିବା ଜଣାଯାଇଛି ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭୂଇଁପୁର ସିରିକୁଆଁ ଗାଁରେ ଲଗାଣ ବର୍ଷା ଯୋଗୁଁ ଗୋଟିଏ ପରିବାର ମୃତ୍ୟୁର ଖୁବ ପାଖରେ ପହଞ୍ଚି ଯାଇଥିଲେ । ତେବେ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେଘରେ ଶୋଇଥିବା ସମୟରେ ସିରିକୁଆଁ ଗାଁର ଗହ୍ମା ମହାନ୍ତଙ୍କର ୨ ବଖରା ଘର ଭାଙ୍ଗି ପଡିଯାଇଥିଲା । ତେବେ ଏହି କାନ୍ଥ ବାହାର ପଟକୁ ପଡିଥିବାରୁ ପରିବାରର ୫ ଜଣ ସଦସ୍ୟ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ଏହାପରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Related posts

ନିଜ ଛୁଆକୁ କୁଅକୁ ଠେଲିଲା ମାଆ ! ନିଜର ଆତ୍ମହତ୍ୟା ଉଦ୍ୟମ

mahabharatanews

ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ

mahabharatanews

ସୁବର୍ଣ୍ଣପୁର ଜିଳ୍ଲା ବିଜେପି ପକ୍ଷରୁ କରୋନ ଯୋଦ୍ଧାଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

mahabharatanews