ଓଡିଶା

ପଦ୍ମ ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି 

(ଭୁବନେଶ୍ୱର) : ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ବସ୍ତ ବିଧାନସଭା କ୍ଷେତ୍ରରୁ ସେ ୫ ଥର ପ୍ରତିନିଧିତ୍ୱ କରିଥିଲେ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଏବଂ ମନ୍ତ୍ରୀ ଥିଲେ ରଘୁ ।

ସୂଚନାନୁଯାୟୀ , ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ ରଘୁନାଥ ମହାନ୍ତି ଯାହା ପରେ ତାଙ୍କୁ ବିଜେଡି ନିଲମ୍ବିତ କରିଥିଲା, ପରେ ସେ ବିଜେପିରେ ଯୋଗଦେଇଥିଲେ । ରଘୁନାଥ ମହାନ୍ତି ଲଗାତାର ୫ ଥର ବସ୍ତା ଆସନକୁ ବିଜୟୀ ହୋଇଥିଲେ । ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ଜନତା ଦଳ ଟିକେଟରୁ ଏବଂ ପରେ ବିଜେଡିରୁ ତାଙ୍କୁ ଟିକେଟ୍ ମିଳିଥିଲା । ବିଜେଡି ପକ୍ଷରୁ ଟିକେଟ୍ ପାଇ ତିନିଥର ସମାନ ଆସନରୁ ବିଜୟ ଲାଭ କରିଥିଲେ । ହେଲେ ୧୦୧୪ରେ ବଧୂ ନିର୍ଯାତନା ମାମଲାରେ ଗିରଫ ହେବା ପରେ ଦଳ ତାଙ୍କୁ ଆଉ ଟିକେଟ୍ ଦେଇ ନଥିଲା ଏବଂ ଦଳ ପକ୍ଷରୁ ତାଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିଲା ।

Related posts

ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ: ମାଲକାନଗିରିରେ ହାଇଆଲର୍ଟ

mahabharatanews

ଚନ୍ଦକା ଥାନାକୁ ବଦଳିଲେ ଟ୍ରାଫିକ ଥାନା ଅଧିକାରୀ

mahabharatanews

ମୋ ପାଇଁ ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ -ମୁଖ୍ୟମନ୍ତ୍ରୀ

mahabharatanews