ଓଡିଶା

ମୁଖ୍ୟ ବିଚାରପତିଙ୍କ ଦ୍ୱାରା ନୂତନ କୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ

ପୁରୀ/ଜୟନ୍ତ କୁମାର ସେଠି : ବୈଷୟିକ ଜ୍ଞାନର ଉପଯୋଗ ସହ ନ୍ୟାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଓଡିଶା ବିଚାର ବିଭାଗ ସମଗ୍ର ଦେଶରେ ଦୃଷ୍ଟାନ୍ତ ହୋଇ ପାରିଛି। ଏପରିକି ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମଧ୍ୟ ଏହି ପ୍ରକ୍ରିୟା ପାଇଁ ଓଡ଼ିଶା ବିଚାର ବିଭାଗକୁ ପ୍ରଶଂସା କରି ସମଗ୍ର ଦେଶରେ ଏହି ପ୍ରକ୍ରିୟାକୁ ଲାଗୁ କରିବା ପାଇଁ ମତ ଦେଇଛନ୍ତି । ଆଜି ପୂର୍ବାହ୍ନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ମାନ୍ୟବର ଡଃ ଜଷ୍ଟିସ ଏସ ମୁରଲୀଧର, ହାଇକୋର୍ଟର ବିଚାରପତି ତଥା ପୁରୀ ଜିଲ୍ଲାର ପ୍ରଶାସନିକ ବିଚାରପତି ମାନ୍ୟବର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲାର କୋଣାର୍କ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଏବଂ ପୁରୀ ଓ ବ୍ରହ୍ମଗିରି ଠାରେ ଗ୍ରାମ ନ୍ୟାୟାଳୟର ନୂତନ ବିଲ୍ଡିଂ ନିର୍ମାଣ ନିମିତ୍ତ ଭିତ୍ତି ପ୍ରସ୍ତର ସ୍ଥାପନ ଓ ପୁରୀ ନୂତନ ସିଭିଲ କୋର୍ଟ ପରିସରରେ ନବ ନିର୍ମିତ ଅସୁରକ୍ଷିତ ସାକ୍ଷୀ ସଂରକ୍ଷଣ କେନ୍ଦ୍ର ବା ଭିଡବ୍ଲୁଡିସିର ଉଦଘାଟନ କରିଥିଲେ।

 

ନ୍ୟାୟ ପ୍ରକ୍ରିୟାରେ ସ୍ୱଛତା ରକ୍ଷା, ସମୟର ଅପଚୟକୁ ରୋକିବା, ଖର୍ଚ୍ଚ ହ୍ରାସ, ହିତାଧିକାରୀଙ୍କୁ ଯଥା ଶୀଘ୍ର ନ୍ୟାୟ ପ୍ରଦାନ କରିବା, ବୈଷୟିକ ଜ୍ଞାନର ଭରପୁର ଉପଯୋଗ କରିବା ନ୍ୟାୟ ବିଭାଗର ପ୍ରାଥମିକତା ବୋଲି ମୁଖ୍ୟ ବିଚାରପତି କହିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରା ଜଜ ଶିତିକଣ୍ଠ ସାମଲ , ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଏସ ପି ମିହିର କୁମାର ପଣ୍ଡା, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଓ ପୁରୀ ଜିଲ୍ଲାର ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ଥିଲେ।ମୁଖ୍ୟ ବିଚାରପତିଙ୍କ ଦ୍ୱାରା ନୂତନ କୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ

Related posts

୪ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

mahabharatanews

ଆଜି ଶ୍ରୀଜିଉଙ୍କ ବନକ ଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

mahabharatanews

ଆନ୍ଧ୍ରରେ ଅଟକିଛନ୍ତି ୪୨ ଛାତ୍ର ଛାତ୍ରୀ

mahabharatanews