ଅପରାଧ

ଫ୍ୟାନରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

(ଜୟନ୍ତ କୁମାର ସେଠୀ/ଗୋପ): ପାରିବାରିକ ବିଶୃଙ୍ଖଳାକୁ ନେଇ ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣକ ଗୋପ ଥାନା ଅଧିନ ଖଡିଶ ଗାଁର ନୀଳକଣ୍ଠ ବସ୍ତିଆ ବୋଲି ଜଣାପଡିଛି । କୌଣସି କାରଣରୁ ସେ ତାଙ୍କ ନିଜ ଘର ଛାଡି ନିକଟସ୍ଥ ତାଙ୍କର ଜଣେ ବନ୍ଧୁଙ୍କ ଘରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କ କୋଠରୀରେ ବେକରେ ଗାମୁଛା ଲଗାଇ ଫ୍ୟାନରେ ଓହଳି ପଡିଥିଲେ । ଆଜି ସକାଳୁ ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଡାକିଥିଲେ । କିନ୍ତୁ ଭିତରୁ କୌଣସି ଉତ୍ତର ନ ମିଳିବାରୁ ଗୋପ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଗୋପ ତହସିଲଦାର, ଗୋପ ଥାନା ଅଧିକାରୀ ସୁଧିର କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଝୁଲନ୍ତା ଅଵସ୍ଥାରେ ଶବକୁ ଜବତ କରିଥିଲେ । ଏହାସହ ତାଙ୍କ କୋଠରୀରୁ ଏକ ସୁଇସାଇଡ ନୋଟକୁ ମଧ୍ୟ ଜବତ କରାଯାଇଛି । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତକଙ୍କ ଶରୀରକୁ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଡାକ୍ତରଖାନା ପଠାଇଛନ୍ତି ।

Related posts

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ଭିଜିଲାନ୍ସ ଜାଲରେ ଓସିସିଏଲ୍ ସିନିୟର ମ୍ୟାନେଜର

mahabharatanews

ପୂର୍ବଶତ୍ରୁତା ନେଲା ପୁଅର ଜୀବନ

mahabharatanews

ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ

mahabharatanews

Leave a Comment