(ଜୟନ୍ତ ସେଠି/ଗୋପ): ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ ଓ ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି ଏନେଇ ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ହୋମ ଓ ସେଣ୍ଟର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ସ୍ଥିତି ପରଖିବା ସହ କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସାକ୍ଷୀଗୋପାଳ, ମଙ୍ଗଳପୁର, ଡେଲାଙ୍ଗ, କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି କୋଭିଡ ମୁକାବିଲା ଭିତ୍ତିଭୂମି ଯାଞ୍ଚ, ଉପଲବ୍ଧ ସୁବିଧା ସଂପର୍କରେ ସମୀକ୍ଷା କରିଛନ୍ତି । ଏତଦ୍ ବ୍ୟତୀତ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରୀୟ କୋଭିଡ କେୟାର ପରିଚାଳନା କମିଟି ଏବଂ କୋଭିଡ ଯତ୍ନ କେନ୍ଦ୍ର ପରିଚାଳନା ସଂପର୍କରେ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ସହ କରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ସ୍ଥାନୀୟ ତହସିଲଦାର, ବିଡିଓ, ସ୍ବାସ୍ଥ୍ୟ ଅଧିକାରୀ, ସିଡିଏମ୍ଓ ଡଃ ସୁଜାତା ମିଶ୍ର ଓ ଡିପିଏମ୍ ଟି. ନାରାୟଣ ରାଓ ପ୍ରମୁଖ ସାମିଲ୍ ଥିଲେ ।
previous post
