ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ହର୍ଷିତ ରାଣା ଫେବୃଆରୀ ୯ ତାରିଖରେ ତାଙ୍କର ଆଣ୍ଠୁ ସର୍ଜରୀ ସଫଳ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସେୟାର କରିଛନ୍ତି । ହର୍ଷିତ ହସ୍ପିଟାଲ ବେଡରୁ ହସି ହସି ଥମ୍ବସ୍ ଅପ୍ ଦେଉଥିବାର ଏକ ଫଟୋ ସେୟାର କରି ନିଜ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି । ସାଉଥ ଆଫ୍ରିକା ବିପକ୍ଷ ଟି୨୦ ୱାର୍ମଅପ୍ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିଲା । ଏହାପରେ ଟି୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲେ ହର୍ଷିତ ।
View this post on Instagram
ସାଉଥ ଆଫ୍ରିକା ବିପକ୍ଷ ଟି୨୦ ବିଶ୍ବକପ ୨୦୨୬ରେ ଅଭ୍ୟାସ ମ୍ୟାଚରେ ହର୍ଷିତ ରାଣାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଆଉ ବୋଲିଂ ସମୟରେ ରନଅପ୍ ସମୟରେ ଦୌଡିବା ବେଳେ ବୋଲିଂ କରିପାରିନଥିଲେ । ହର୍ଷିତ ଗୋଟିଏ ଓଭର ବୋଲିଂ କରିଥିଲେ । ହର୍ଷିତଙ୍କ ଅବସ୍ଥା ଗୁରୁତର ଦେଖି ଟି୨୦ ଇଣ୍ଡିଆ ଟିମରୁ ବାଦ୍ ପଡିଥିଲେ । ତାଙ୍କ ସ୍ଥାନରେ ମହମ୍ମଦ ସିରାଜ ଟିମରେ ସାମିଲ ହୋଇଥିଲେ । ହର୍ଷିତ ରାଣା ହସପିଟାଲ ବେଡ୍ ରୁ ଇନଷ୍ଟାଗ୍ରାମରେ ସର୍ଜରୀ ପରେ ନିଜର ଫଟୋ ସେୟାର କରି ତାଙ୍କ ସର୍ଜରୀ ହୋଇସାରିଥିବା କହିଛନ୍ତି । ଏହାପରେ ନିଜର ୨ଟି ମିଶନ ବିଷୟରେ ସୂଚନା ଦେଇଛନ୍ତି । ପ୍ରଥମେ ରିକଭରୀ ଏବଂ ଅନ୍ୟଟି ଟିମ ଇଣ୍ଡିଆକୁ ଫେରିବା ।
