ଓଡିଶା

ଅସହ୍ୟ ତାତି : ଗୁଳୁଗୁଳିରେ ହନ୍ତସନ୍ତ ରାଜ୍ୟବାସୀ 

(ଭୁବନେଶ୍ୱର) : ବାତ୍ୟା ପୂର୍ବରୁ ତାତିରେ କଲବଳ ହେଲେଣି ରାଜ୍ୟବାସୀ । ରାଜଧାନୀର ତାତି କହିଲେ ନସରେ । ତେବେ ଆଜି ରାଜ୍ୟର ୭ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜଧାନୀରେ ଗୁଳୁଗୁଳି ପ୍ରବଳ ମାତ୍ରରେ ହେଉଥିବା ବେଳେ ହନ୍ତସନ୍ତ ହେଲେଣି ଲୋକେ । ଚାତକ ଭଳି ବର୍ଷାକୁ ଅନେଇ ରହିଛନ୍ତି ରାଜ୍ୟବାସୀ ।

Background for a hot summer or heat wave, orange sky with with bright sun and thermometer

ସେପଟେ ଅନୁଗୁଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବୌଦ୍ଧରେ ତାପମାତ୍ର ୪୧.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେରରେ ୪୧ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୮ ଡିଗ୍ରୀ, ସମ୍ବଲପୁରରେ ୪୦.୩ ଡିଗ୍ରୀ, ରାଉରକେଲା ଏବଂ ବଲାଙ୍ଗିରରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।  ତେବେ ଆସନ୍ତା ୪ରୁ ୫ ଦିନରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ପାଖାପାଖି ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

 

 

Related posts

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଖାଳ କଂସାକୁ ନେଇ ଚର୍ଚ୍ଚା

mahabharatanews

ଦୁର୍ନୀତିଖୋର ଅକ୍ଟୋପସ ପରି ଖୋଳ କରୁଛନ୍ତି ଇଡକୋକୁ

mahabharatanews

ପାରାଦ୍ୱୀପ ସରସ୍ୱତୀ ଶିଶୁ ମନ୍ଦିରରେ ରକ୍ତଦାନ ଶିବିର

mahabharatanews