ଓଡିଶା

ରାଜ୍ୟର ତାପମାତ୍ରା ଛୁଇଁବ ୪୦ ଡିଗ୍ରୀ 

(ଭୁବନେଶ୍ୱର) : ଏଣିକି ରାଜ୍ୟରେ ବଢିବ ତାତି । ଗତ କିଛି ଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ୍ ଲାଗିଥିଲା । କିନ୍ତୁ ଆଜି ଠାରୁ ପୁଣି ବଢିଛି ତାତି । ଏହା ସହ ଆଗାମୀ ଦିନରେ ଗ୍ରାଷ୍ମ ପ୍ରବାହ ପୁଣି ବଢିବା ସହ ଉପରଲ ମୁହାଁ ହେବ ପାରଦ । ଆଗାମୀ ତିନି ଦିନରେ ରାଜ୍ୟର ତାପମାତ୍ରା ୪୦ ଛୁଇଁବ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ , ସେହିଭଳି ରାଜ୍ୟରେ ଆସନ୍ତା ତିନି ଦିନ ମଧ୍ୟରେ ସର୍ବନିମ୍ନ ରାତିର ତାପମାତ୍ରା ୩-୫ ଡିଗ୍ରୀ ସେଲସିୟସକୁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହା ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପଶ୍ଚିମ ଓଡିଶାର କିଛି ଅଂଶ ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ରେକର୍ଡ କରିବ ବୋଲି ଆଶା କରାଯାଉଛି । ବୌଦ୍ଧ ଏବଂ ଟିଟିଲାଗଡ ସର୍ବାଧିକ ତାପମାତ୍ରା ରେକର୍ଡ କରିବ ବୋଲି ଅନୁମାନ କରାଯାଉଛି । ସେହିଭଳି ଝାରସୁଗୁଡା, ସୋନପୁର, ବଲାଙ୍ଗୀର, ରାୟଗଡା ଏବଂ ମାଲକାନଗିରି ପରି ଅନ୍ୟାନ୍ୟ ଜିଲ୍ଲା 38-39 ଡିଗ୍ରୀ ସେଲସିୟସ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ।

Related posts

ବିଷ ପିଇ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews

ଲଗାଣ ବର୍ଷା ; ଲୋକଙ୍କୁ ଘାଟି ରାସ୍ତା ମନା

mahabharatanews

ରାଜ୍ୟସ୍ୱାସ୍ଥ୍ୟ ବିଭାଗ କୋଭିଡ ମନିଟରିଂ ଟିମ କେନ୍ଦୁଗୁଡା ଗ୍ରାମ ପରିଦର୍ଶନ ଓ ଅଜଣା ରୋଗର ସ୍ଥିତି ଅନୁଧ୍ୟାନ କଲେ

mahabharatanews