ଓଡିଶା

୧୦ ତାରିଖରୁ ଆମରଣ ଅନଶନରେ ବସିବେ ହିଞ୍ଜିଳି ବାସିନ୍ଦା

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ହିଞ୍ଜିଳିକାଟୁ ତହସିଲ, ପୌର ପରିଷଦ ଅଧିନ ତଥା ହିଞ୍ଜିଳି ମୈଜାରେ ରହିଥିବା ରାଧାକୃଷ୍ଣ ମହାପ୍ରଭୂଙ୍କ ଜମି ବିକ୍ରୟ ଦଲିଲକୁ ରଦ୍ଧ ନକଲେ ହିଞ୍ଜିଳି ଗ୍ରାମବାସୀ ପକ୍ଷରୁ ଆସନ୍ତା ୧୦ ତାରିଖ ଠାରୁ ହିଞ୍ଜିଳିକାଟୁ ସବ ରେଜିଷ୍ଟାରଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ କହିଛନ୍ତି । ଏ ନେଇ ଏକ ପତ୍ର ଶୁକ୍ରବାର ହିଞ୍ଜିଳିକାଟୁ ଅନୁନିବନ୍ଧକଙ୍କ ଅନୁପସ୍ଥିତରେ କନିଷ୍ଠ କିରାଣୀ ବଂଶୀଧର ପାଢିଙ୍କୁ ପ୍ରଦାନ କରାଯାଇଛି । ଏହାର ନକଲ ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ, ବୃତିଦାନ ସଚିବ, ଭୂବନେଶ୍ୱର ଓ ଆଇଜିଆର କଟକଙ୍କୁ ପ୍ରଦାନ କରାଯାଇଛି ।

ହିଞ୍ଜିଳି ମୈଜାରେ ରହିଥିବା ରାଧାକୃଷ୍ଣ ମହାପ୍ରଭୁଙ୍କ ପ୍ରାୟ ୮ଏକରରୁ ଉଦ୍ଧ୍ୱର୍ ଜମି ଯାହାର ବଜାର ମୁଲ୍ୟ ପ୍ରାୟ ୧୦ କୋଟି ଟଙ୍କାରୁ ଅଧିକ ହେବ । ଏକମାସ ମଧ୍ୟରେ ଗ୍ରାମବାସୀ ତଥା ସଂପୃକ୍ତ ମନ୍ଦିର ସର୍ମ୍ପକିତ ସମସ୍ତ ବ୍ୟକ୍ତି ବିଶେଷ ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ସମ୍ମୁଖରେ ନିଲାମ କରି ବିକ୍ରି କରିବା ସକାଶେ କ୍ଷମତା ପ୍ରଦାନ କରିଥିଲେ । ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଲକ୍ଷ୍ୟ କରି ସମସ୍ତ ପ୍ରକାର ଜନଗହଳି ଓ ନିଲାମ କାର୍ୟ୍ୟ ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ଅଗଷ୍ଟ ୩୧ ତାରିଖ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି । ପରେ ସଂପୃକ୍ତ ଦଲିଲକୁ ସ୍ଥଗିତ ରଖି ନିଲାମ ପ୍ରକିୟାର ଅନୁସନ୍ଧାନ କରାଯାଉ କିମ୍ବା ପୁନଃ ନିଲାମ କରାଯାଉ ବୋଲି ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି । ଯଦି ଏହାର ଶୁଣାଣୀ କରାନଯାଏ , ତାହେଲେ ଚଳିତ ମାସ ୧୦ ତାରିଖ ଠାରୁ ହିଞ୍ଜିଳିକାଟୁ ସବ୍ ରେଜିଷ୍ଟାର କାର୍ୟ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ସଞ୍ଜୟ ପଣ୍ଡା, ଗୌରହରି ସାମନ୍ତରାୟ, କାହ୍ନୁ ଚୌଧୁରୀ, ବିଚିତ୍ର ପଣ୍ଡା, ତରଣିକାନ୍ତ ପଣ୍ଡା, ଶରତ ସାବତଙ୍କ ସମେତ ଗ୍ରାମର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Related posts

 ୯ ଓ ୧୦ରେ ମିଲେଟସ୍ ଆନ୍ତର୍ଜାତିକ ସମ୍ମିଳନୀ

mahabharatanews

ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜଭୋଗ 

mahabharatanews

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରମୋଦ

mahabharatanews

Leave a Comment