ବ୍ୟୁରୋ:ପୁଣି ଆସିଛି ଆଲୋକର ପର୍ବ ଦୀପାବଳି । ହିନ୍ଦୁ ଧର୍ମରେ ଦୀପାବଳିର ବହୁତ ମହତ୍ତ୍ୱ ରହିଛି । ଏହି ଦିନ ଦେବୀ ଲଷ୍ମୀ,କୁବେର ମହରାଜ ଏବଂ ବିଘ୍ନହର୍ତ୍ତା ଗଣେଷଙ୍କୁ ପୂଜା କରାଯାଏ । ଚଳିତବର୍ଷ ୨୪ ଅକ୍ଟୋବର ଦିନ ଦୀପାବଳୀ ଉତ୍ସବ ପାଳନ କରାଯିବ । ଏହି ଉତ୍ସବରେ ଲୋକମାନେ ନିଜ ଘରେ ,ମନ୍ଦିରମାନଙ୍କରେ ଦୀପ ପ୍ରଜ୍ୱଳନ କରିଥାନ୍ତି । ତେବେ ଏହି ପୂଜା ଅବସରରେ ଦେବୀ ମା ଲଷ୍ମୀ ତାଙ୍କର ଯେ କୌଣସି ଭକ୍ତ ଉପରେ ପ୍ରସନ୍ନ ହୋଇଥାନ୍ତି ତାଙ୍କୁ କିଛି ସଙ୍କେତ ଦେଇଥାନ୍ତି ।
ତେବେ ଜାଣନ୍ତୁ କିଭଳି ଭାବେ ସଙ୍କେତ ଦେଇଥାନ୍ତି ମା ଲଷ୍ମୀ?
୧) ଗୋମାତା:
ହିନ୍ଦୁ ଧର୍ମରେ ଗୋମାତାଙ୍କୁ ଦେବତାଙ୍କ ପ୍ରତୀକ ଭାବେ ପୂଜା କରାଯାଇଥାଏ । ଯଦି ଆପଣ ଏହି ଦିନ ସାଫ୍ରୋନ ତଥା ହଳଦି, ନାଲି ରଙ୍ଗର ଗୋମାତାଙ୍କୁ ଦେଖିବେ, ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ଯଦି ଏପରି ସଙ୍କେତ ଆପଣଙ୍କ ସାମ୍ନାକୁ ଆସିବ ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି ଏବଂ ଆପଣ ଘରେ ସୁଖ ସମୃଦ୍ଧତା ବୃଦ୍ଧି ହେବାକୁ ଯାଉଛି ।
୨) ପେଚା:
ପେଚା ହେଉଛି ମା ଲଷ୍ମୀଙ୍କ ବାହାନ ।ଯଦି ଆପଣ ଏହି ଦିନ ଓଲ ବା ପେଚା ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ପେଚାକୁ ଶୁଭର ପ୍ରତୀକ ଭାବେ ବିବେଚନା କରାଯାଏ । ଏହା ସହ ମା ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷ ସାରା ଭଲ ରହିବ ହୋଲି ନିଶ୍ଚିତ ହୋଇଯିବେ ।
୩)ଝିଟିପିଟି:
ଯଦି ଆପଣ ଦୀପାବଳି ସଂଦ୍ଧ୍ୟାରେ ପୂଜା ସାରିବା ପରେ ଝିଟିପିଟିକୁ ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ । ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ ଯେ ଦୀପାବଳୀରେ ଲକ୍ଷ୍ମୀ-ଗଣେଷଙ୍କୁ ପୂଜା କରିବା ପରେ ସର୍ବଦା ଟିଟିପିଟି ଦେଖିବା ଉଚିତ୍ ।
୪)ବିଲେଇ:
ଓା ସାଧାରଣ ଭାବେ ବିଲେଇ ବାଟ କାଟିଲେ ଆମେ ଏହାକୁ ଅଶୁଭ ବୋଲି କହିଥାଉ । କିନ୍ତୁ ଦୀପାବଳି ଦିନ ଘରେ ବିଲେଇ ଦେଖାଯିବ ଶୁଭ ବୋଲି ମନାଯାଏ । ଏହା ଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କର ଆଗମନର ସୂଚନା ମିଳିଥାଏ ।
୫)ଚୁଚୁନ୍ଦ୍ରା:
ଦୀପାବଳି ରାତିରେ ଯଦି ଆପଣଙ୍କ ଘରେ ଚୁଚୁନ୍ଦ୍ରା ଦେଖାଯାଏ । ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ଶକୁନ ଶାସ୍ତ୍ର ଅନୁଯାୟୀ,ଯଦି ଆପଣ ଚୁଚୁନ୍ଦ୍ରାକୁ ଦୀପାବଳି ରାତିରେ ଦେଖନ୍ତି ତେବେ ଆପଣଙ୍କ ଘରେ ଅର୍ଜସ୍ର ଟଙ୍କାପଇସା ଆସିବାକୁ ଯାଉଛି ବୋଲି ନିଶ୍ଚିତ ହୋଇଯାଆନ୍ତୁ । ଯଦି ତୁମେ ସେମାନଙ୍କୁ ଦେଖୁଛ ତେବେ ସେମାନଙ୍କୁ ଦୂରେଇ ଦିଅନ୍ତୁ ନାହିଁ କିନ୍ତୁ ସେମାନଙ୍କୁ ଯିବାକୁ ଦିଅନ୍ତୁ ।
