ଓଡିଶା

ଆଇଏଲଏସ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଦେହାନ୍ତ

ଭୁବନେଶ୍ୱର : ଆଇଏଲଏସ ନିର୍ଦ୍ଦେଶକଙ୍କ ପରଲୋକ । ଆଇଏଲଏସ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଦେହାନ୍ତ ହୋଇଯାଇଛି । ଗୌହାଟୀରେ ପରଲୋକ ନେଇ ଆଇଏଲଏସ ସୂତ୍ରରୁ ସୂଚନା ରହିଛି । ଗୌହାଟୀରେ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ ଡା. ଅଜୟ ପରିଡ଼ା । ସେଠାରେ ହୃଦଘାତ ଯୋଗୁଁ ତାଙ୍କ ପରଲୋକ ହୋଇଥିବା ସୂଚନା । ତେବେ ୫୮ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ଡା. ଅଜୟ ପରିଡ଼ାଙ୍କ ଅକାଳ ବିୟୋଗରେ ପରିବାର ସମେତ ରାଜ୍ୟବାସୀ ମର୍ମାହତ ହୋଇପଡ଼ିଛନ୍ତି । ନିଜ ହୋଟେଲ ରୁମ୍‌ରେ ହୃଦଘାତର ଶିକାର ହୋଇଥିଲେ ଡା. ଅଜୟ ପରିଡ଼ା । ପରବର୍ତ୍ତୀ ସମୟରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଆଉ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆଇଏଲଏସ ପ୍ରତିଷ୍ଠା ହେବା ଦିନ ଠାରୁ ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ ଡା. ଅଜୟ ପରିଡ଼ା । ଜିନମ ସିକ୍ୟୁଏନ୍ସିଂ ସହ ବହୁ ଗବେଷଣା ଦାୟିତ୍ୱ ତୁଲାଉଥିଲେ । ଯାଜପୁରର ଭଗବାନପୁରରେ ଜନ୍ମ ଗ୍ରହଣ କରିଥିଲେ ଡା. ଅଜୟ ପରିଡ଼ା ।

ମହାମାରୀ ସମୟରେ ସେ ସାଧାରଣ ଲୋକଙ୍କୁ ଅନେକ ପରାମର୍ଶ ଦେଉଥିଲେ । କ୍ୟାରିଅରର ପ୍ରାଥମିକ ପର୍ଯ୍ୟାୟରେ କୃଷି ଉପରେ ବହୁ ଗବେଷଣା କରିଥିଲେ । ବିଜ୍ଞାନ ଓ କୃଷି କ୍ଷେତ୍ରକୁ ଅନୁଳନୀୟ ଅବଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Related posts

ସ୍ୱାଧୀନତା ସଂଗ୍ରାମୀ ଦାଶରଥୀ ପାଣିଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

mahabharatanews

ଆଳୁ ଦର ବୃଦ୍ଧିକୁ ନେଇ ମନ୍ତ୍ରୀଙ୍କ ବୈଠକ

mahabharatanews

ପୁଣି ଯାଞ୍ଚ ହେବ ରତ୍ନଭଣ୍ଡାର

mahabharatanews