ବିଶ୍ୱ

ଲକ୍ଷଦ୍ୱୀପ ଯିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ 

(ମାଳଦ୍ୱୀପ) : ଭାରତ ଓ ମାଳଦ୍ୱୀପ ମଧ୍ୟରେ ବିବାଦର ପ୍ରଭାବ ଏବେ ପର୍ଯ୍ୟଟକଙ୍କ ଉପରେ ମଧ୍ୟ ଦେଖିବାକୁ ମିଳୁଛି । ଏଥିପାଇଁ ଟ୍ରାଭେଲ୍ କଂପାନିଗୁଡ଼ିକ ଲାକ୍ଷାଦ୍ୱୀପ ଯିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ଆରମ୍ଭ କରିଛନ୍ତି। ଦେଶର ଦ୍ୱିତୀୟ ବୃହତ୍ତମ ଟ୍ରାଭେଲ ପୋର୍ଟାଲ ଇଜ୍ ମାଇଟ୍ରିପର ସହ ପ୍ରତିଷ୍ଠାତା ପ୍ରଶାନ୍ତ ପିଟି ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କହିଛନ୍ତି, ‘ଆମ କମ୍ପାନୀ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଏବଂ ମେଡ୍ ଇନ୍ ଇଣ୍ଡିଆ। ମାଳଦ୍ୱୀପ ସହ ସଦ୍ୟତମ ବିବାଦ ପରେ ଆମେ ଆମ ଦେଶ ଏବଂ ସରକାରଙ୍କ ସହ ଛିଡ଼ା ହୋଇଛୁ । ତେଣୁ ଆମେ ଭାରତୀୟମାନଙ୍କୁ ବିଦେଶ ଗସ୍ତ ପରିବର୍ତ୍ତେ ଭାରତ ଆସିବାକୁ ନିବେଦନ କରୁଛୁ।

 ମାଳଦ୍ୱୀପକୁ ଆସୁଥିବା ଲୋକଙ୍କ ମଧ୍ୟରୁ ସର୍ବାଧିକ ଭାରତୀୟ ଅଛନ୍ତି । କେବଳ ଆମ ପୋର୍ଟାଲ ଗତବର୍ଷ ମୋଟ ୮,୦୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହାର ଏକ ବଡ଼ ଅଂଶ ମାଳଦ୍ୱୀପରେ ବୁଲୁଥିବା ଲୋକଙ୍କଠାରୁ ମଧ୍ୟ ଆସିଥିଲା । କିନ୍ତୁ ସଦ୍ୟତମ ବିବାଦ ପରେ ଆମେ ମାଳଦ୍ୱୀପକୁ ସମସ୍ତ ବିମାନ ବାତିଲ କରୁଛୁ ।

Related posts

 ଭୂକମ୍ପରେ ଥରିଲା ତାଇୱାନ୍

mahabharatanews

ଫେଲ୍ ହେଲା ଋଷର ମୁନ୍ ମିଶନ୍

mahabharatanews

୮୦୦ କୋଟି ଛୁଇଁଲା ବିଶ୍ବ ଜନସଂଖ୍ୟା

mahabharatanews