ଓଡିଶା

ଓଏଏସ ଓଆରଏସ ସ୍ତରରେ ଅଦଳବଦଳ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ ଓ ଓଆରଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୪୯ ଜଣ ଓଏଏସ ଅଫିସର ଏବଂ ୬ ଜଣ ଓଆରଏସ ଅଫିସରଙ୍କୁ ବଦଳି କରାଯାଇଛି। ସୂଚନା ଅନୁସାରେ କୋମନା ତହସିଲଦାର ପୂର୍ଣ୍ଣାନନ୍ଦ ପଟେଲଙ୍କୁ ମୁରିବାହଲ ବିଡିଓ ଭାବେ ବଦଳି କରାଯାଇଛି। ଯାଜପୁରର ଦର୍ପଣ ତହସିଲଦାର ଭାବେ ପ୍ରଦୀପ ସେଠୀଙ୍କୁ ବୌଦ୍ଧ ବିଡିଓ, ବନ୍ତ ବିଡିଓ ଶୁଭଦର୍ଶନ ମିଶ୍ରଙ୍କୁ ଦର୍ପଣ ତହସିଲଦାର ଭାବେ ବଦଳି କରାଯାଇଛି। ସେହିପରି ଚିଲିକା ତହସିଲଦାର ସୁରେଶ କୁମାର ପଣ୍ଡାଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, କୋକସରା ବିଡିଓ ବିନୟ କୁମାର ଭୋଇଙ୍କୁ ମ.ରାମପୁର ବିଡିଓ, ଏମ.ରାମପୁର ବିଡିଓ ଉତ୍ତମ କୁମାର ବାଗଙ୍କୁ କୋକସରା ବିଡିଓ, ମୋହନା ତହସିଲଦାର କିଶୋର ଚନ୍ଦ୍ର ଦାସଙ୍କୁ ବାଙ୍କୀ ବିଡିଓ ଏବଂ ସାଲେପୁର ବିଡିଓ ରାଜୀବ ଦାସଙ୍କୁ ଜୟପୁର ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ଜୟପୁର ବିଡିଓ ସୁରଜ କୁମାର ପଟ୍ଟନାୟକଙ୍କୁ ଜୟପୁର ନୂଆ ରେଳ ପ୍ରକଳ୍ପର ସ୍ପେଶାଲ ଏଲଏଓ, ଜୟପୁର ନୂଆ ରେଳ ପ୍ରକଳ୍ପର ସ୍ପେଶାଲ ଏଲଏଓ ଅମୂଲ୍ୟ କୁମାର ସାହୁଙ୍କୁ ତିର୍ତ୍ତୋଲ ତହସିଲଦାର ଭାବେ ବଦଳି କରାଯାଇଛି।

Related posts

ବାର୍ଡ ଫ୍ଲୁ ପରୀକ୍ଷା ପାଇଁ  ରାଜ୍ୟ ପ୍ରାଣୀ ବିଭାଗର ସାମ୍ପୁଲ ସଂଗ୍ରହ

mahabharatanews

ଚିଲିକା ନିର୍ବାଚନ ମଣ୍ଡଳୀର ଦୁଇ ଏନ୍ଏସିରେ ବାଜି ମାରିଲା ବିଜେଡି

mahabharatanews

ଛାତ୍ରଙ୍କୁ ମାଡ଼ ମାରି ଅଡ଼ୁଅ।ରେ ଶିକ୍ଷକ

mahabharatanews

Leave a Comment