ଭୁବନେଶ୍ଵର: ମେଡିକାଲ, ଇଜିନିୟରିଂ, ବିଜନେସ ଷ୍ଟଡିଜ ପରି ଉଚ୍ଚ ଶିକ୍ଷା ପାଇଁ ଛ।।ତ୍ରଛାତ୍ରୀଙ୍କ ମଧ୍ୟରେ ଦେଶ ବିଦେଶର ବଡ ବଡ ଅନୁଷ୍ଠାନ ପ୍ରତି ଦୁର୍ବଳତା ବୃଦ୍ଧି ପାଉଛି । ଏହାର ସୁଯୋଗ ନେଇ କିଛି ଅପରାଧିକ ତତ୍ୱ ଛାତ୍ରଛାତ୍ରୀଙ୍କୁ ଠକିଚାଲିଛନ୍ତି । ଏମିତି ଜଣେ ଇଣ୍ଟରନ୍ୟାସନାଲ ଠକକୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ। ଗିରଫ ଯୁବକ ହେଉଛନ୍ତି ଯାଜପୁର ଟାଉନ ନାରଣପୁର ଗ୍ରାମର ସୁମିତ କୁମାର ବିଶ୍ଵାଳ । ଏହି ଇଣ୍ଟରନାସନାଲ ଠକକୁ କମିଶନରେଟ ପୁଲିସ ଭୁବନେଶ୍ୱରରୁ ଧରିଛି । ସେ ଏଯାବତ ୪୦ ଲକ୍ଷ ଟଙ୍କା ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଛି।
ତା’ ନାଁରେ କମିସନରେଟ ପୋଲିସର ବିଭିନ୍ନ ଥାନାରେ ମାମଲା ରିଛି । ଲିଙ୍ଗରାଜ ଥାନାରେ ୪ଟି କେସ ରହିଛି । ବଡ ବଡ କଲେଜ ବା ଇନଷ୍ଟିଚ୍ୟୁଟରେ ନାମ ଲେଖାଇବାକୁ ଇଛାକରୁଥିବା ଅଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସେ ତା ଜାଲରେ ଛନ୍ଦି ଲକ୍ଷଲକ୍ଷ ଟଙ୍କା ଠକୁ ଥିଲା । ସେ ନିଜେ ଜଣେ ବିଟେକ ଇଞ୍ଜିନିୟରିଂ ଛାତ୍ର । ତଦନ୍ତ ପରେ ଆହୁରି ଅନେକ କେସ ସାମ୍ନାକୁ ଆସିବ ବୋଲି ପୋଲିସ ସନ୍ଦେହ କରୁଛି। ତେଣୁ, ତାକୁ ରିମାଣ୍ଡରେ ନେବାକୁ ଯୋଜନା କରୁଥିବା ଭୁବନେଶ୍ଵର ଡିସିପି କହିଛନ୍ତି।
previous post
next post