ଓଡିଶା

ସାତକୋଶିଆ ଅଭୟାରଣ୍ୟରେ ବାଉଁଶ ଗଛ ରୋପଣରେ ଅନିମିତତା: ଭିଜିଲାନ୍ସ ଚଢଉ

ଅନୁଗୁଳ: ବାଉଁଶ ଗଛ ରୋପଣରେ ଅନିୟମିତତା ଅଭିଯୋଗ ପରେ ଭିଜିଲାନ୍ସର ୪ଟି ଟିମ ବିଭିନ୍ନ ସ୍ଥାନରେ ଚଢଉ ଓ ଛାନଭିନ ଆରମ୍ଭ କରିଛି । ସାତକୋଶିଆ ଅଭୟାରଣ୍ୟରେ ବାଉଁଶ ଗଛ ଲଗାଇବାରେ ଅନିମିତତାକୁ ନେଇ ହୋଇଥିଲା ଅଭିଯୋଗ । ଅଭିଯୋଗ ଆଧାରରେ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଭିଜିଲାନ୍ସ ୪ଟି ଟିମ ଗଠନ କରି ବଲଙ୍ଗ, ନୂଆଗାଁ ଆଦି ସ୍ଥାନରେ ଚଢଉ କରି ତଦନ୍ତ ଆରମ୍ଭ କରିଛି । ଗୋଟିଏ ପଟେ ବାଉଁଶ ଗଛ ଲଗାଇବାକୁ ଆସିଥିବା ଲକ୍ଷଲକ୍ଷ ଟଙ୍କା ଅଧିକାରୀ ହଡପ କରିଥିବା ବେଳେ ଏହି ରୋପଣ କାର୍ଯ୍ୟରେ ନିୟୋଜିତ ମୂଲିଆଙ୍କୁ ସେମାନଙ୍କ ମଜୁରୀ ଦିଆଯାଇ ନାହିଁ । ତେବେ ଏନେଇ ଭିଜିଲାନ୍ସ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦେବାକୁ ମନା କରାଯାଇଛି । ତଦନ୍ତ ଶେଷ ହେବା ପରେ ସୂଚନା ଦିଆଯିବ ବୋଲି ଅଧିକାରୀ କହିଛନ୍ତି ।

Related posts

ମାର୍ଚ୍ଚ ୨୮ ତାରିଖରୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର

mahabharatanews

ଆସନ୍ତାକାଲି ଓଡିଶାର ୧୨ଟି ସ୍ତାନରେ ହେବ ମକଡ୍ରିଲ

mahabharatanews

ନବଜାତକ ଶିଶୁପୁତ୍ରର ମୃତଦେହ ଉଦ୍ଧାର

mahabharatanews