ବିଶ୍ୱ

୨୦ ହଜାରରୁ ଅଧିକ ପାଲେଷ୍ଟାଇନ୍ ନାଗରିକ ମୃତ୍ୟୁ

(ଇସ୍ରାଏଲ) : ଗାଜାର ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ଆକ୍ରମଣ । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୭୮ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ୧୨ ମହିଳା ଓ ୭ ଶିଶୁ ଥିବା ସୂଚନା ରହିଛି । ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧରେ ୨୦ ହଜାରରୁ ଅଧିକ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ ,ସେହିପରି ଅଢେଇ ଲକ୍ଷ ନାଗରିକ ବିସ୍ଥାପିତ ହୋଇଥିବା ନେଇ ସୂଚନା ରହିଛି ।  ଏହାପୂର୍ବରୁ ଶୁକ୍ରବାର ଦିନ ଇସ୍ରାଏଲ ଆକ୍ରମଣରେ ଗୋଟିଏ ସଂପ୍ରସାରିତ ପରିବାରର ୭୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଇସ୍ରାଏଲର ଏପରି ଆକ୍ରମଣକୁ ନେଇ ଜାତିସଂଘର ମୁଖ୍ୟ କହିଥିଲେ ଯେ ଇସ୍ରାଏଲ ଆକ୍ରମଣ ଯୋଗୁଁ ଗାଜାର କୌଣସି ସ୍ଥାନ ଆଉ ନିରାପଦ ନୁହେଁ । ଏସ୍ରାଏଲ ଏଭଳି ଆକ୍ରମଣ କରୁଛି ଯେ ମାନବିକ ସହାୟତା ବଣ୍ଟନ କରିବା ମଧ୍ୟ ସମ୍ଭବ ହେଉନାହିଁ । ଅକ୍ଟୋବର ୭ ତାରିଖରେ ଗାଜାରେ ଶାସନ କ୍ଷମତାରେ ଥିବା ହମାସ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣରେ ୧୨୦୦ ଇସ୍ରାଏଲୀ ନିହତ ହୋଇଥିଲେ ଓ ହମାସ ବାହିନୀ ୨୪୦ ଇସ୍ରାଏଲୀଙ୍କୁ ପଣବନ୍ଦୀ କରି ନେଇଥିଲା । ଏହାର ଜବାବରେ ସେବେଠାରୁ ଇସ୍ରାଏଲ ସେନା ଗାଜା ଉପରେ ଭୟାନକ ଆକ୍ରମଣ ଜାରି ରଖିଛି ।

Related posts

ଶେଷରେ ହାର ମାନିଲା ୟୁକ୍ରେନ

mahabharatanews

ମିସ୍ ୟୁନିଭର୍ସ ୨୦୨୨ ଆର୍ ବୋନୀ ଗେବ୍ରିଏଲ୍

mahabharatanews

ବେଜିଙ୍ଗ୍‌ରେ ପ୍ରବଳରୁ ଅତି ପ୍ରବଳ ବର୍ଷା

mahabharatanews