ଓଡିଶା

ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନ ହେବେ ଜଳଦ ତ୍ରିପାଠୀ

ଭୁବନେଶ୍ୱର: ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ନିଯୁକ୍ତି ପାଇ ପାରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ତ୍ରିପାଠୀଙ୍କ ନାଁ ଉପରେ ମୋହର ମାରିଛି । ଏହାକୁ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିବା ପରେ ତ୍ରିପାଠୀଙ୍କ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ ।
ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ ମିଶ୍ରଙ୍କ ଅବସର ପରେ ଏହି ପଦବୀଟି ଖାଲି ପଡିଛି । ଖାଲି ପଦ ପୂରଣ ପାଇଁ ରାଜ୍ୟ ସରକାର ୩ଜଣ ବରିଷ୍ଠ ଅଧିକାରୀଙ୍କ ନାମ ସର୍ଟଲିଷ୍ଟ କରିଥିଲେ । ସର୍ଟଲିଷ୍ଟରେ ନାମ ଗୁଡିକ ହେଲା ତାମିଲନାଡୁର ପୂର୍ବତନ ପୁଲିସ ଡିଜି ଜଳଦ କୁମାର ତ୍ରିପାଠୀ, ରାଜ୍ୟର ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ଓ ଆଇପିଏସ୍ ଏମ.ଅକ୍ଷୟ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ତ୍ରିପାଠୀଙ୍କୁ ମନୋନୀତ କରାଯାଇଛି ।
୨୦୨୧ ଜୁନ୍ ୩୦ତାରିଖରେ ତାମିଲନାଡୁ କ୍ୟାଡ଼ରର ଓଡ଼ିଆ ଆଇପିଏସ୍ ଶ୍ରୀ ତ୍ରିପାଠୀ ପୁଲିସ ଡିଜି ପଦବୀରୁ ଅବସର ନେଇଥିଲେ । ସେ ଚେନ୍ନାଇ ପୁଲିସ କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୦୮ ମସିହାରେ ସେ ପ୍ରଥମ ପୁଲିସ୍ ଭାବେ ପବ୍ଲିକ ଆଡମିନିଷ୍ଟ୍ରେସନରେ ଉଲ୍ଲେଖନୀୟ ସେବା ପାଇଁ ‘ପ୍ରଧାନମନ୍ତ୍ରୀ ଆୱାର୍ଡ’ରେ ସମ୍ମାନିତ ହୋଇଥିଲେ । ଶ୍ରୀ ତ୍ରିପାଠୀଙ୍କ ଘର କଟକ ଜିଲ୍ଲାର ସାଲେପୁର ବ୍ଲକର ଭେଡ଼ା ଗାଁରେ ।
୨୦୨୧ ଅଗଷ୍ଟ ୧୫ରୁ ମୁଖ୍ୟ ସୂଚନା କମିଶନର ସୁନୀଲ ମିଶ୍ର ଅବସର ନେଇଥିଲେ । ତାଙ୍କ ପରେ ବାଳକୃଷ୍ଣ ମହାପାତ୍ର ଏହି ପଦରେ ଅସ୍ଥାୟୀ ଭାବେ କାର୍ଯ୍ୟକରୁଥିଲେ ।

 

Related posts

୨ ଦିନ ବର୍ଷା ସମ୍ଭାବନା; ୱାର୍ଣ୍ଣିଂ ଜାରି   

mahabharatanews

ବେକରେ ଶାଢୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

mahabharatanews

ଆଜିଠୁ ଭଦ୍ରକ ଓ ଧାମନଗର ପୌରାଞ୍ଚଳ ଲକଡାଉନ

mahabharatanews