ଜୟପାଟଣା ମହାବୀରପଡା ନାମଯଜ୍ଞ କମିଟି ଆନୁକୂଲ୍ୟରେ ୫୬ ପ୍ରହର ଅଖଣ୍ଡ ନାମଯଜ୍ଞ ଆୟୋଜନ କରାଯାଇଛି।ଗତ ୫ତାରିଖ ଭବ୍ୟ କଲସଯାତ୍ର ଶୋଭାଯାତ୍ରାରେ ହୋଇଥିବା ବେଳେ ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ଧରି ଏହି ନାମଯଜ୍ଞ ଚାଲିବ।ନାମଯଜ୍ଞ କର୍ତ୍ତା ଭାବେ ଘାସିରାମ ଅଗ୍ରୱାଲ ଓ ସହ ଧର୍ମିଣୀ ସଂଗୀତା ଅଗ୍ରୱାଲ ରହିଥିବା ବେଳେ ମୁଖ୍ୟ ପୂଜକ ଶେଷ ଦେବ ଯୋଶୀ,ସ୍ୱାସସ୍ତି ବାଚକ ସ୍ମୃତି ରଞ୍ଜନ ପଣ୍ଡା ଯାପକ ଦିନେଶ ପାଣିଗ୍ରାହୀ ବିମୁଗ୍ଧ ପଣ୍ଡା,ବଦ୍ରିନାରାୟଣ ପଣ୍ଡା ଆଚାର୍ଯ୍ୟ ଶ୍ରୀପତି ଠାକୁର,ସ୍ୱସ୍ଥି ବାଚକ ମଣ୍ଟୁ ବିହାରୀ ପଣ୍ଡା ଦାଇତ୍ୱ ନେଇ ଛନ୍ତି।
ଏହି ୫୬ ପ୍ରହର ନାମଯଜ୍ଞରେ ବିଭିନ୍ନ ସ୍ଥାନରୁ ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳ ଆସିଥିବା ସହ ଗାଇକା ସୁଶ୍ରୀ ଲଳିତା ସାହୁ ଙ୍କ ଦଳ ମୁଖ୍ୟ ଆକର୍ଷଣ ରହିଛି।ଜୟପାଟଣା ଅଞ୍ଚଳ ଭକ୍ତିମୟ ପରିବେଶ ସୃଷ୍ଟି କରିବା ସହ ଏହି ନାମଯଜ୍ଞରେ ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଛି।ସମସ୍ତଙ୍କ ପାଇଁ ଭୋଜନ ପ୍ରାସାଦର ମଧ୍ୟ ବ୍ୟବସ୍ଥା କରାଯାଇଛି।ଶୁକ୍ରବାର ଅପରାହ୍ନ ରେ କଲାସ ଯାତ୍ରାରେ ଶହ ଶହ ମହିଳା କଳସ ଧରି ପାଣି ଆଣିଥିଲେ।ଏଥିରେ କୋଟପାଡ଼ ର ଅବତାର ଗ୍ରୁପ ସହ ଜୟପଟଣା ଅଞ୍ଚଳ ର ମହିଲା ସଂକୀର୍ତ୍ତନ ଦଳ ସହ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ସାମିଲ ହୋଇ ଥିଲେ |
