ଓଡିଶା

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ୬୦ ନୁହେଁ ବରଂ ୫୦ବର୍ଷ ପରେ ମିଳିବ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା

ଝାଡଖଣ୍ଡ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସେରେନ ଏସସି, ଏସଟି, ଓବିସି ଓ ଆଦିବାସୀ ଲୋକଙ୍କୁ ବଡ ଉପହାର ଦେଇଛନ୍ତି । ସେ କହିଛନ୍ତି କି ଖୁବଶୀଘ୍ର ଏହି ବର୍ଗର ଲୋକଙ୍କ ପାଇଁ ବୟସ ସୀମା କୋହଲ କରାଯିବ । ସେମାନଙ୍କୁ ୬୦ ବର୍ଷ ପରେ ନୂହେଁ ବରଂ ୫୦ ବର୍ଷ ପରେ ପେନସନ ଦିଆଯିବ । ହେମନ୍ତ ସୋରେନଙ୍କ ୪ବର୍ଷ ପୂର୍ତ୍ତି ଅବସରରେ ରାଞ୍ଚି ମୋରହାବାଦୀ ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଆମ ପଡୋଶୀ ରାଜ୍ୟ ଓଡିଶା, ବିହାର, ଛତିଶଗଡ ଓ ପଶ୍ଚିମବଙ୍ଗରେ ବରିଷ୍ଠ ନାଗରିକଙ୍କୁ ପେନସନ ବାବଦରେ ୨୫୦ ରୁ ୩୦୦ ଟଙ୍କା ଓ ଓଡିଶା ସରକାର ୫୦୦ ଟଙ୍କା ପେନସନ୍ ଦେଉଥିବା ବେଳେ ଆମ ସରକାର ଏହି ଯୋଜନାର ଲାଭାର୍ଥୀଙ୍କୁ ମାସିକ ୧ ହଜାର ଟଙ୍କା ପେନସନ୍ ପ୍ରଦାନ କରୁଛି ।

 

Related posts

ବଡଦିନ ପରଠାରୁ ରାଜ୍ୟରେ ଆହୁରି ବଢିବ ଶୀତ

mahabharatanews

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ କେହି ନ ଆସିବାକୁ ଅନୁରୋଧ

mahabharatanews

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମାନସ ମଙ୍ଗରାଜଙ୍କ ଅଭିନନ୍ଦନ

mahabharatanews