(ମୁମ୍ବାଇ) : ତେଲୁଗୁ ଏବଂ କନ୍ନଡ ଟିଭି ସିରିଏଲର ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ଦେହାନ୍ତ ହୋଇଛି। ତେବେ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି। ଆନ୍ଧ୍ରପ୍ରଦେଶର ମହବୁବନଗର ନିକଟରେ ଏକ ଭୟଙ୍କର କାର ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସୂଚନାନୁଯାୟୀ , କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ହାନାକେରେରୁ ଫେରୁଥିବା ବେଳେ ହାଇଦ୍ରାବାଦର ମେହବୁବ ନଗରରେ ଦୁର୍ଘଟଣା ଘଟିଥିଲା। ପ୍ରଥମେ ଅଭିନେତ୍ରୀଙ୍କ କାର୍ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହେବା ସହ ବିପରୀତ ଦିଗରୁ ଆସୁଥିବା ଏକ ବସ୍ କାରର ଡାହାଣ ପାର୍ଶ୍ବକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପବିତ୍ରାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ତାଙ୍କ ଭଉଣୀ ଅପେକ୍ଷା, ଡ୍ରାଇଭର ଶ୍ରୀକାନ୍ତ ଏବଂ ଅଭିନେତା ଚନ୍ଦ୍ରକାନ୍ତଙ୍କ ସହ ଯାତ୍ରା କରୁଥିଲେ।