ଅପରାଧଓଡିଶା

ଅଫିମ ଚାଷର ପେଣ୍ଠସ୍ଥଳୀ ପାଲଟିଛି କୋଇଡା ଅଞ୍ଚଳ

ବଣାଇଁ ଉପଖଣ୍ଡରେ ଥିବା ଘଞ୍ଚ ଜଙ୍ଗଲରେ ପୂର୍ବରୁ ଗଞ୍ଜେଇ ଚାଷ ହେଉଥିବା ବେଳେ ଏବେ ଅଫିମ ଚାଷ ଅବକାରୀ ବିଭାଗର ମୁଣ୍ଡବ୍ୟଥାର କାରଣ ସାଜିଛି । କିଛି ଦିନ ପୂର୍ବରୁ କୋଇଡା ଅଞ୍ଚଳରେ ଅଫିମ ଚାଷ ଠାବ କରି ନଷ୍ଟ କରା ଯାଇଥିବା ବେଳେ ଏବେ ମଧ୍ୟକୋଇଡା ବ୍ଲକ ଅନ୍ତର୍ଗତ କେ ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳଡ଼ିହି ଅଞ୍ଚଳରେ ଅଫିମ ଚାଷ ହୋଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାର ସକାଳେ କେ ବଲାଙ୍ଗ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରି ତାଳଡିହି ଅଞ୍ଚଳରେ ଅବୈଧ ଭାବେ ୫୦ ଡିସିମିଲ ଜମିରେ ଚାଷ କରାଯାଇଥିବା ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଅଫିମ ଗଛକୁ କୋଇଡା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଛି, ଯାହା  ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

କେ ବଲାଙ୍ଗ ଥାନା ନୂଆ ତନ୍ତରା ଗାଁରେ ଦୀର୍ଘ ୪ ମାସ ହେଲା ଚାଲିଥିଲା ବେଆଇନ ଅଫିମ ଚାଷ । ଯାହାକୁ ଆଜି ନଷ୍ଟ କରିଛି କେବଲାଙ୍ଗ ପୁଲିସ୍ ଓ ଅବକାରୀ ବିଭାଗ । ଏକ ଏକରରୁ ଊର୍ଦ୍ଧ୍ଵ କ୍ଷେତରେ ଦେଢ଼ କୋଟିରୁ ଅଧିକ ଟଙ୍କାରେ ବେଆଇନ ଅଫିମ ଚାଷ ହେଉଥିବା ବେଳେ ତାହାକୁ ଆଜି ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି । ଘଟଣାରେ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି । ଗୋଟିଏ ମାସ ମଧ୍ୟରେ କେବଳ କୋଇଡା ଅଞ୍ଚଳର ତିନୋଟି ସ୍ଥାନରେ ବେଆଇନ ଅଫିମ ଚାଷକୁ ନଷ୍ଟ କରାଯାଇଛି ।

Related posts

ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଛି ୫୦ ଫୁଟ ଲମ୍ବର ହକି ଵିଶ୍ଵ କପ ଟ୍ରଫି

mahabharatanews

ଯାଜପୁର ବସଷ୍ଟାଣ୍ଡରେ କରୋନା ସଚେତନତା କାର୍ଯ୍ୟକ୍ରମ

mahabharatanews

ପୁରୀରୁ ତାଳବଣିଆ କୋର୍ଟ ସ୍ଥାନାନ୍ତରକୁ ଓକିଲ ସଂଘର ବିରୋଧ

mahabharatanews