ଓଡିଶା

କରୋନ କଟକଣାକୁ ଫୁ, ପ୍ରତି ୱାର୍ଡରେ ମିଳୁନି ଟୋକେନ

(ସୁନ୍ଦର ପାଣୀ, କୋରାପୁଟ): କରୋନାର ସଂକ୍ରମଣ ରୋକିବା ପାଇଁ ଜିଲ୍ଳା ପ୍ରଶାସନ ବିଭିନ୍ନ କଟକଣା ଓ ନିୟମ କରିଛନ୍ତି । ନିୟମ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କିନ୍ତୁ ତୃଣମୂଳସ୍ତରରେ କରୋନା ଆଳରେ ଲୋକଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ଉକ୍ତ ଅଭିଯୋଗ ସୁନାବେଡ଼ ପୌରପରିଷଦ ଅଧୀନ ୧୮ ନଂ ୱାର୍ଡ ସ୍ୱାସ୍ତ୍ରୀନଗର ବସୀ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ପଡିଏସ ଚାଉଳ ଓ ଗହମ ଦେବାପାଇଁ କୁପନ ପ୍ରଦାନ କରାଯାଉଛି । ଏହି କୁପନ ପ୍ରତି ୱାର୍ଡରେ ବଣ୍ଟନ କରିବା ନିୟମ ରହିଥିଲେ ହେ ତାହା କରାଯାଉନି । ବରଂ ଆଜିକୁ ଦୀର୍ଘ ୪ ଦିନ ହେଲା କୁପନ ଦେବା ନାମରେ ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠା ଯାଉଛି । ତେବେ ସୋମବାର ଦିନ ମଧ୍ୟ କୁପନ ଦେବା ନାମରେ ସେମାନଙ୍କୁ ସେମିଳିଗୁଡାର ତାଜବାର ଲାଇନ ସ୍ଥିତ ଚାଉଳ ବଣ୍ଟନ କେନ୍ଦ୍ରରେ ଡ଼କାଯାଇଥିଲା । ସେଠାରେ ବିଭିନ୍ନ ୱାର୍ଡର ୧୦୦ରୁ ଉର୍ଦ୍ଧ୍ଵ ଲୋକ ଉପସ୍ଥିତ ଥିଲେ । ସକାଳ ୬ରୁ ଲୋକ ରୁଣ୍ଡ ହୋଇଥିବାବେଳେ କୁପନ ଦେବା ପ୍ରଣାଳୀ ୮ଟା ରୁ ଆରମ୍ଭ ୮.୩୦ରେ ଶେଷ ହୋଇଯାଇଥିଲା । ତେବେ ଦିନକରେ ୧୦୦ ଟି କୁପନ ଦେବାର ରହିଥିବା ବେଳେ କିଛି ଲୋକଙ୍କର କୁପନ କଟାଯାଇ ତାହା ବନ୍ଦ କରିଦିଆ ଯାଇଥିଲା । ଅନ୍ୟ ଉପଭୋକ୍ତାଙ୍କୁ ଏ ବାବଦରେ କୌଣସି ସୂଚନା ଦିଆଯାଇଁନଥିବାରୁ ସେମାନେ ଦୀର୍ଘ ସମୟ ସେଠାରେ ଅପେକ୍ଷା କରିଥିଲେ । ଡିଲର ତଥା କୁପନ କାଟିବା ବ୍ୟକ୍ତିଙ୍କୁ ଏ ନେଇ ପ୍ରଶ୍ନ କରିବାରୁ ଆମକୁ ଜଣାନାହିଁ ବୋଲି ଉତ୍ତର ଦେଉଥିଲେ । ଅନେକ ଉପଭୋକ୍ତା ଏଥିରେ ବିରକ୍ତି ଭାବ ପ୍ରକାଶ କରିବା ଯୋଗୁଁ କିଛି ସମୟ ପାଇଁ ଉତେଜନାର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ଉକ୍ତ ଘଟଣାରେ ସୁନାବେଡ଼ ଆଇଆଇସି ଯୋଗ ଦେଇ ଡିଲରଙ୍କୁ ବୁଝାସୁଝା କରିଥିଲେ । ଅନ୍ୟପଟେ ଶାସ୍ତ୍ରୀନଗର ମହିଳାମାନେ ଡ଼ିଲର ନାମରେ ଦୁର୍ବ୍ୟବହାରର ଅଭିଯୋଗ କରିଛନ୍ତି । ଏ ଦିଗରେ ଜିଲାପାଳ ମଧୁସୂଦନ ମିଶ୍ର ବିଶେଷ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମହିଳାମାନେ ଅନୁରୋଧ କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ କରୋନା ସହ ଲେଢେଇ ପାଇଁ ଅଣ୍ଟା ଭିଡୁଥିବାବେଳେ ଏପରି ଘଟଣା ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି ।

Related posts

ଘରବାରି ପଟ୍ଟା କରାଇଦେବା ନାରେ ୬ହଜାର ଲାଞ୍ଚ ନେବା ପଡିଲା ମହାଙ୍ଗା

mahabharatanews

ବିଚ୍ଛିନ୍ନାଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ: ପ୍ରଥମ କରି ·ଲିଲା ୱାଟର ଅ ।ମ୍ବୁଲାନ୍ସ

mahabharatanews

ସ୍ଥାୟୀ ଲୋକ ଅଦାଲତ ଉଦଘାଟିତ

mahabharatanews