(ହିଞ୍ଜିଳିକାଟୁ): କରୋନା ଭୟାବହକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ ଡାଉନ୍ ଘୋଷଣା କରି ଅତି ଆବଶ୍ୟକ କାମ ନ ଥିଲେ ଲୋକମାନେ ଘରୁ ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ନାମା ଜାରିକରିଛନ୍ତି ଏବଂ ଏହି ନିର୍ଦ୍ଦେଶକୁ ଅବମାନନା କଲେ ତାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ବିଭାଗକୁ କହିଛନ୍ତି । କିନ୍ତୁ କିଛି ଲୋକ ଜାଣିଶୁଣି ଆଇନ ଅମାନ୍ୟ କରୁଥିବାରୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଏ ନେଇ ଗାଙ୍ଗପୁର ଥାନାରେ ତିନି ଦିନ ମଧ୍ୟରେ ଛଅଟି ମାମଲା ରୁଜୁ କରି ୧୪ ଜଣକୁ ଗିରଫକରି ଆସ୍କା ଓ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି । ସେହିପରି ବେଲଗୁଣ୍ଠା ଫାଣ୍ଡି ରେ ମଧ୍ୟ ଛଅଟି ମାମଲା ରୁଜ୍ଜୁ କରି ଛଅ ଜଣଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏମାନେ କିଏ ବେଆଇନ ଭାବେ ଜଳଖିଆ ଦୋକାନ ଖୋଲିଥିବା ବେଳେ କିଏ ପାନ ଦୋକାନ ଓ କିଏ ମଦ ବିକ୍ରି କରୁଥିଲେ । ଆଉ କିଛି ଜଣ ବିନା ଆଦେଶନାମାରେ ଗାଡି ଧରି ଯାଉଥିବା ବେଳେ ଗିରଫ କରାଯାଇଛି । ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା, ମୁନିଗାଡି, ଷଢ଼ଙ୍ଗୀ ପଲ୍ଲୀ, ନାଟେଙ୍ଗା, ବନ୍ଥପଲ୍ଲୀ, କାଳୁକୁ ଓ କଳାସୁତା ଗ୍ରାମର ମାମଲା ରୁଜ୍ଜୁ ହୋଇଥିବା ବେଳେ ବେଲଗୁଣ୍ଠା ଫାଣ୍ଡି ପୋଲିସ ଉଢୁରାରେ ତିନୋଟି, ଆମ୍ବପୁଆରେ ଗୋଟିଏ ଓ ବେଆଇନ ଭାବେ ରାସ୍ତାରେ ଗାଡି ଧରି ଯାଉଥିବା।ଜଗନ୍ନାଥ ପ୍ରସାଦ ଥାନା ଝାଡଭୁମି,ଉଦୟଗିରି ଥାନା ରାଇପଲ୍ଲି ଗାମର ଦୁଇଜଣଙ୍କ ନାମରେ। ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି । ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ, ଗାଙ୍ଗପୁର ଡି.ଏସ.ପି ସଞ୍ଜୟ କୁମାର ମହାପାତ୍ର, ଗାଙ୍ଗପୁର ଥାନାଧିକାରୀ ଧୀରେଶ କୁମାର ଦାସ ଓ ପୋଲିସ ଟିମ୍ ପ୍ରମୁଖ।ଚଢ଼ାଉ କରିଥିଲେ ।
previous post