ଓଡିଶାରାଜନୀତି

ଜିତୁଙ୍କ ‘ବଲ୍ଲେ ବଲ୍ଲେ ଢ଼ାବା’ରେ ଲାଗିଲା ଲଟକା

ଯାଜପୁର: ସମୀକ୍ଷା କଲେ, ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ । ବିଧାୟକଙ୍କ ନିର୍ଦ୍ଦେଶ ପରେ ବଲ୍ଲେ ବଲ୍ଲେ ଢ଼ାବାରେ ଲାଗିଲା ଲଟକା । ବିଡିଓଙ୍କ ନିର୍ଦ୍ଦେଶରେ ଲଟକା ଲଗାଇଛନ୍ତି ବ୍ଲକ ପଞ୍ଚାୟତ ଅଧିକାରୀ । ଏହି ଢ଼ାବା ବିଜେଡିର ଜଣେ ଆଗଧାଡ଼ିର ନେତ୍ରୀଙ୍କ ଦ୍ୱାରା ଚାଲିଥିବା ମଧ୍ୟ ସୂଚନା ରହିଛି । ରାଜସ୍ୱ ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ଢ଼ାବାକୁ କରାଯାଇଥିଲା । ଏହାର ରକ୍ଷଣାବେକ୍ଷଣା ଦାୟିତ୍ୱ କିଏ ରଖୁଥିଲା ସେନେଇ ବ୍ଲକ ପ୍ରଶାସନ ପାଖରେ ଖବର ନାହିଁ । ଏହି ରଙ୍ଗିଲା ଢ଼ାବାରେ ଲାଗିଛି ଲଟକ । ପ୍ରଶାସନ ଲଟକା ଲଗାଇବା ସମୟରେ ଢ଼ାବାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ ।
୧୬ ନମ୍ବର ଜାତୀୟ ରାଜପଥରେ ଚଣ୍ଡିଖୋଲ ନିକଟ ନେଉଳପୁରଠାରେ ସାଂସ୍ମୃତିକକାର୍ଯ୍ୟକ୍ରମ ପାଇଁ ନିର୍ମାଣ ହୋଇଛି ଧର୍ମଶଷାଳା ଭବନ । ପୂର୍ବତନ ବିଧାୟକ ସ୍ୱର୍ଗତ କଳ୍ପତର ଦାସଙ୍କ ଅମଳରେ ଏହା ନିର୍ମିତ ହୋଇଥିଲା । ଏହି ଧର୍ମଶାଳା ଭବନରେ ରହିଛି ‘ବଲେ ବଲେ ଢ଼ାବା’ ଓ ଲଜ । ସବୁଠାରୁ ବଡ଼ କଥା ହେଉଛି ଏହା ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି ଏବଂ ସେହି ଅର୍ଥ ବିଧାୟକ ଓ ସାଂସଦ ପାଣ୍ଠିରୁ ଦିଆଯାଇଛି । ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସ୍ୱୀକାର କରି କହିଛନ୍ତି ରାଜସ୍ୱ ଆୟ ପାଇଁ ସାଂସଦ ଓ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ସହିତ ଅନ୍ୟାନ୍ୟ ଅନୁଦାନରୁ ଏହି ଢ଼ାବା ତିଆରି ହୋଇଛି । ବିନା କାଗଜ ପତ୍ରରେ ଏହି ଢ଼ାବା ଲିଜ ଦିଆଯାଇଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ଅନୁମତି ଦେଇଛନ୍ତି ବିଧାୟକ ହିମାଂଶୁ ଶେଖର ସାହୁ ।

Related posts

ଶବ କାନ୍ଧେଇ ମାନବିକତାର ପରିଚୟ ଦେଲେ ପୋଲିସ କର୍ମଚାରୀ

mahabharatanews

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଏପ୍ରିଲ୧୪ ତାରିଖ ଯାଏ ଘୁଞ୍ଚିଲା

mahabharatanews

ହାତୀ ଆକ୍ରମଣରେ ୨ମୃତ

mahabharatanews