ମନୋରଞ୍ଜନ

ଆଜି ପରଦାକୁ ଆସିବ ‘ଲଭ ଇନ୍ ଲଣ୍ଡନ୍‌’

(ଭୁବନେଶ୍ୱର) :  ଆଜି ରିଲିଜ ହେବ ସାଂସଦ ଅନୁଭବ ମହାନ୍ତିଙ୍କ ଅଭିନୀତ ଫିଲ୍ମ  ‘ଲଭ ଇନ୍ ଲଣ୍ଡନ୍‌’। ତେବେ ୯ ଅର୍ଥାତ  (ଶୁକ୍ରବାର) ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥା’ନ୍ତା। କିନ୍ତୁ ରେଳଦୂର୍ଘଟଣା ସମସ୍ତଙ୍କ ମନରୁ ଲିଭିନଥିବାରୁ ଏପରି ଏକ ଦୁଃଖଦ ସମୟରେ ଚଳଚ୍ଚିତ୍ରକୁ ମୁକ୍ତିଲାଭ ନ କରାଇବା ପାଇଁ  ପ୍ରଥମେ ସାଂସଦ ଅନୁଭବ ମହାନ୍ତି ଅନୁରୋଧ କରିବା ପରେ ଏହି କ୍ରମରେ ପ୍ରଯୋଜନା ସଂସ୍ଥା  ରାଜି ହୋଇଛି । ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ବେଶ ଆଶାବାଦୀ ରହିଛନ୍ତି ନିର୍ମାତା ।   ତେବେ  ଆୟ ହେବାକୁ ଥିବା ଅର୍ଥର ଦଶ ଭାଗ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରାଯିବ ବୋଲି କୁହାଯାଇଛି।

ସୂଚନାନୁଯାୟୀ , ବାହାନଗା ଟ୍ରେନ୍‌ ଦୁର୍ଘଟଣା ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍‌ ଇନ୍‌ ଲଣ୍ଡନ’ର ମୁକ୍ତିଲାଭ ତାରିଖକୁ  ୧୩ ତାରିଖରୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା ।

Related posts

ମହିଳାଙ୍କୁ କିସ୍ କରି ଚର୍ଚାରେ ସଲମାନ ଖାନ  

mahabharatanews

ଫିଲ୍ମ ‘ଆଦିପୁରୁଷ’କୁ ନେଇ ପ୍ରତିକ୍ରିୟା ଦେଲେ ବିବେକ ଅଗ୍ନିହୋତ୍ରୀ

mahabharatanews

ଅଯୋଧ୍ୟାରେ ପ୍ଲଟ୍‌ କିଣିଲେ ଅମିତାଭ

mahabharatanews