ଓଡିଶା

ମାର୍ଚ୍ଚ ୧୨ରୁ ମାଟ୍ରିକ ପରୀକ୍ଷା ଖାତାଦେଖା

(ଭୁବନେଶ୍ୱର) :  ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା କଲା ବୋର୍ଡ । ଏଣିକି ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ୨୦୨୩-୨୪ ଶିିକ୍ଷାବର୍ଷର ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ । ମାର୍ଚ୍ଚ ୧୨ରୁ ଖାତାଦେଖା ଆରମ୍ଭ, ଅତିକମ୍‌ରେ ୧୨ ଦିନ ଚାଲିବ।

ସୂଚନାନୁଯାୟୀ , ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ। ପରୀକ୍ଷା ସଂପର୍କରେ ବିସ୍ତୃତ ବିବରଣୀ ପରେ ଘୋଷଣା ହେବ । ଏହା ପୂର୍ବରୁ ସିବିଏସଇ ୨୦୨୩-୨୪ ଶିିକ୍ଷାବର୍ଷର ଦଶମ ଓ ଦ୍ୱାଦଶ ପରୀକ୍ଷା ତାରିଖ ଘୋଷଣା କରିଥିଲା । ସେହିପରି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ୨୦୨୪ ଫେବୃଆରୀ ୧୫ରୁ ଆରମ୍ଭ ହେବ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସଇ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ।

Related posts

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସ

mahabharatanews

୫ ବାଲି ବୋଝେଇ ଟ୍ରାକ୍ଟରରୁ ୧ଲକ୍ଷ ଟଙ୍କା ଜରିମାନା

mahabharatanews

ଭୋଟ୍ ଗଣତିର ୨୧ ରାଉଣ୍ଡ୍ ସୁଦ୍ଧା ଜୟ ଢ଼ୋଲକିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁ ଆଗରେ

mahabharatanews