ଓଡିଶା

ଏଥର ବିଳମ୍ବରେ କେରଳ ଛୁଇଁବ ମୌସୁମୀ

(ଭୁବନେଶ୍ୱର) :  ଏଥର ବିଳମ୍ବରେ କେରଳ ଛୁଇଁବ ମୌସୁମୀ ବାୟୁ ।  ଆରବ ସାଗରର ଦକ୍ଷିଣ ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଯୋଗୁଁ ବିଳମ୍ବରେ ଆସିବ ମୌସୁମୀ ।   ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଯାହା ବାତ୍ୟା ରୂପ ନେଇପାରେ । ତେବେ ଯଦି ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ତେବେ ଠିକ୍ ସମୟରେ ମୌସୁମୀ କେରଳ ଛୁଇଁପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସେହିପରି ଜୁନ୍ ୧୭ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁପାରେ । ତେବେ  ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବା ନେଇ ସୂଚନା ରହିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟାରେ ଅବପାତର ରୂପ ନେବ । ଯାହାର ପ୍ରଭାବରେ କେରଳ ଉପକୂଳରେ ମେଘ ହ୍ରାସ ପାଇଛି ଯେଉଁଥି ପାଇଁ ଚଳିତ ବର୍ଷ କେରଳରେ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହେବ ।

 

Related posts

ପ୍ରବଳ ବର୍ଷା ସମ୍ଭାବନା ; ୧୯ ପର୍ଯ୍ୟନ୍ତ ମସ୍ୟଜୀବିଙ୍କୁ ସମୁଦ୍ର ମନା

mahabharatanews

ନିଜ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହୋଇ ଉତ୍ସବରେ ସାମିଲ ହୁଅନ୍ତୁ

mahabharatanews

 ବର୍ଷା ପ୍ରଭାବ; କୋରାପୁଟରେ ଭୂସ୍ଖଳନ 

mahabharatanews