ରାଜନୀତି

ବିଜେପିରେ ଯୋଗ ଦେବେନି ଏନସିପି ନେତା ଅଜିତ ପାୱାର

ନୂଆଦିଲ୍ଲୀ: ଗୁଜବ ପରେ ମୁହଁ ଖୋଲିଲେ ଏନସିପି ନେତା ଅଜିତ ପାୱାର । ବିଜେପିରେ ଯୋଗ ଦେବା ନେଇ ଗୁଜବ ଉପରେ ନୀରବତା ଭାଙ୍ଗିଛନ୍ତି ଏନସିପି ନେତା । ଅଜିତ ପାୱାର କହିଛନ୍ତି ଯେ ମୁଁ ଏନସିପି ସହିତ ଅଛି ଏବଂ ଏନସିପି ସହିତ ରହିବି। ଅଜିତ ପାୱାର ଏନସିପି ଛାଡିବାର ଗୁଜବକୁ ଖାରଜ କରି କହିଛନ୍ତି ଯେ ମୋ ବିଷୟରେ ପ୍ରସାରିତ ଗୁଜବରେ କୌଣସି ସତ୍ୟତା ନାହିଁ। ଏନସିପି ଛାଡିବା ଗୁଜବ ଉପରେ ଏନସିପି ନେତା ଅଜିତ ପାୱାର କହିଛନ୍ତି ଯେ ମୁଁ କୌଣସି ବିଧାୟକଙ୍କ ଦସ୍ତଖତ ନେଇ ନାହିଁ। ବର୍ତ୍ତମାନ ଏଭଳି ସମସ୍ତ ଗୁଜବ ବନ୍ଦ ହେବା ଉଚିତ୍।
ଏହାପୂର୍ବରୁ ଶରଦ ପାୱାର ମଧ୍ୟ ଏଭଳି କଳ୍ପନାଜଳ୍ପନାକୁ ଖାରଜ କରିଦେଇଥିଲେ। ସେ କହିଥିଲେ ଯେ କେହି ମଧ୍ୟ ଏନସିପି ବିଧାୟକଙ୍କ ବୈଠକ ଡାକିନାହାଁନ୍ତି। ଚାଲିଥିବା ଗଣମାଧ୍ୟମର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି ସେ କହିଥିଲେ ଯେ ଏହି ସବୁ ଆଲୋଚନାର କୌଣସି ଗୁରୁତ୍ୱ ନାହିଁ। ଏଥି ସହିତ କଳ୍ପନାଜଳ୍ପନା ମଧ୍ୟରେ ଦଳର ନେତା ଅନିଲ ପାଟିଲ ଏନସିପି ନେତା ଅଜିତ ପାୱାରଙ୍କୁ ଭେଟିଥିଲେ। ସେ କହିଛନ୍ତି ଯେ ଆଜି ମୁଁ ୨-୩ ଦିନ ଧରି ଚାଲିଥିବା ଖବର ବିଷୟରେ ଅଜିତ ପାୱାରଙ୍କ ସହ ଆଲୋଚନା କରିଥିଲି। ଯାହା ଚାଲିଛି ତାକୁ ନେଇ ଅଧିକ ଆଲୋଚନା ହୋଇନାହିଁ । ତେଣୁ ଏହାକୁ ବନ୍ଦ କରାଯିବା ଉଚିତ କାରଣ ଆଜି ପର୍ୟ୍ୟନ୍ତ ଦାଦା କିମ୍ବା ଅନ୍ୟ କାହା ବିଷୟରେ କୌଣସ ଆଲୋଚନା ହୋଇନାହିଁ । ଆମେ ଅଜିତ ଦାଦାଙ୍କ ସହ ଅଛୁ ଏବଂ ଆଗକୁ ମଧ୍ୟ ରହିବୁ ଏବଂ ଅଜିତ ଦାଦା ଏନସିପି ସହିତ ଅଛନ୍ତି।

Related posts

ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର : ୨୫ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କର

mahabharatanews

ଉତ୍ତରପ୍ରଦେଶ ନିର୍ବାଚନରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗକୁ ଛାଡିବ

mahabharatanews

ମା ସମଲେଶ୍ୱରୀ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

mahabharatanews