ଭୁବନେଶ୍ୱର: ସିବିଏସଇର ଦ୍ୱାଦଶ ଓ ଦଶମ ଫଳ ପ୍ରାକଶ ପାଇ ସାରିଛି । କିନ୍ତୁ ସିଏଚଏସସି ଅଧୀନ ଯୁକ୍ତ ୨ ପରୀକ୍ଷା ଫଳ ବାହାରିବାକୁ ନେଇ ଏପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ଆସିନାହିଁ । ରେଜଲ୍ଟ କେବେ ବାହାରିବ ତାକୁ ନେଇ ନିଜେ ବିଭାଗୀୟ ମନ୍ତ୍ରୀ ମଧ୍ୟ ସନ୍ଦେହରେ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଯୁକ୍ତ ୨ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ କହିହେବ ନାହିଁ । ଏପର୍ଯ୍ୟନ୍ତ ଖାତା ଦେଖା ଶେଷ ହୋଇ ନାହିଁ । ତେଣୁ ରେଜଲ୍ଟ କେବେ ବାହାରିବ ତାହା କହିବା ସମ୍ଭବ ନୁହେଁ । ତେବେ ସାପ୍ତାହିକ ସଟଡାଉନ ମଧ୍ୟରେ ଖାତା ଦେଖା ଯେପରି ଜାରି ରହିବ ତାହା କରିବାକୁ ଗତକାଲି ମନ୍ତତ୍ରୀ ପ୍ରମୁଖ ସଚିବ, ସମସ୍ତ ଜିଲ୍ଲାପାଳ, ଏସପି ଓ ଡିଏସପିଙ୍କୁ ଚିଠି ଲେଖିଥିଲେ ।
ଆଜି ମନ୍ତ୍ରୀ କହିଛନ୍ତି, ଆଜିଠାରୁ ୪ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ଲକଡାଉନ ୧୪ ଦିନ ପାଇଁ ହେଉଛି । ଏହି ୪ ଜିଲ୍ଲାରେ ୩୫ଟି ମୂଲ୍ୟାୟନ କେନ୍ଦ୍ର ରହିଛି । ତେଣୁ ସେହି ସବୁ ଜିଲ୍ଲାରେ ଖାତା ଦେଖା ଯେପରି କରାଯିବ ତାର ବ୍ୟବସ୍ଥା ଜିଲ୍ଲ।।ପାଳ କରିବେ । ଖାତା ଦେଖା ଥରେ ଶେଷ ହେବା ପରେ ଯାଇ ରେଜଲ୍ଟ ବାହାରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଖାତା ଦେଖା ଯଥାଶୀଘ୍ର ଯେମିତି ଶେଷ ହେବ ସେଥିନେଇ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।
next post
