ନୂଆବର୍ଷ ପୂର୍ବରୁ ପୁଣି ଚମକିଲାଣି ରୁପା । ଏବେ ପାଉଁଜି, ଗହଣା, ମୂର୍ତ୍ତି କିଣିବା ହେବ ମହଙ୍ଗା । ଅଢେଇ ଲକ୍ଷ ଟଙ୍କା ଟପିଲା ରୁପା । ସୁନା ପରେ ଏବେ ବଢ଼ିଲା ରୁପାର ଭାଉ । ବଜାରରେ ଏବେ ରୁପା ଦର ହୁ ହୁ ହୋଇ ବଢ଼ୁଛି । ଭୁବନେଶ୍ବରରେ ରୁପା କେଜି ଅଢେଇ ଲକ୍ଷ ଟଙ୍କାରୁ ଅଧିକ ରହିଛି । ୯ ହଜାର ଟଙ୍କା ବୃଦ୍ଧି ପାଇଁ ୨ ଲକ୍ଷ ୫୪ ହଜାରରେ ପହଂଚିଛି । ଏଥିସହିତ ଗତ ପାଞ୍ଚ ଦିନରେ ମୋଟ୍ ଉପରେ ରୁପା କେଜି ୨୮ହଜାର ଟଙ୍କା ମହଙ୍ଗା ହୋଇଛି । ବିଦେଶରେ ରୁପାର ଆଉନ୍ସ ପିଛା ୭୫ ଡଲାର ଭଳି ଉଚ୍ଚସ୍ତରରେ ପହଂଚିଛି । ଅନ୍ତର୍ଜାତୀୟ ବଜାରରେ ରୁପା ମହଙ୍ଗା ହେଉଥିବାରୁ ତାହାର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡ଼ିଛି । ବିଦେଶରେ ରୁପାର ଆଉନ୍ସ ପିଛା ଦର ୭୫ ଡଲାର ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଛି ।

ଇଲେକ୍ଟ୍ରିକ୍ ଯାନ ଓ ସୋଲାର ଉପକରଣ ଆଦି ଶିଳ୍ପରେ ରୁପା ବହୁଳ ମାତ୍ରାରେ ବ୍ୟବହାର ହେଉଥିବାରୁ ଏହି ଧଳା ମୂଲ୍ୟବାନ ଧାତବର ଚାହିଦା ବଢ଼ିବାରେ ଲାଗିଛି । ସେହିପରି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୭୦ ଟଙ୍କା ବୃଦ୍ଧି ପାଇ ୧,୪୦,୦୨୦ ଟଙ୍କା ହୋଇଛି । ଚଳିତ ସପ୍ତାହର ପ୍ରଥମ ପାଞ୍ଚ ଦିନରେ ୨୨ କ୍ୟାରେଟ୍ ସୁନା ଦାମ୍ ୫୩୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦାମ୍ ୫୮୪୦ ଟଙ୍କା ବଢ଼ିଛି । ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୪୫୦୦ ଡଲାର ଉପରକୁ ଯାଇଛି । ଆଗାମୀ ଦିନରେ ତାହାର ମୂଲ୍ୟ ୪୮୯୦ ଡଲାରକୁ ବଢ଼ିବା ଆଶଙ୍କା ରହିଛି । ସୁନା ଏବଂ ରୁପା ଭାରତୀୟ ବଜାରରେ ଏକ ସୁରକ୍ଷିତ ନିବେଶ ହୋଇଥିବା ବେଳେ ପ୍ରତିଦିନ ଲୋକ ଗୁଗଲରେ ସୁନା ଏବଂ ରୁପା ଦର ଚେକ୍ କରୁଛନ୍ତି । ତେବେ ଆଗକୁ ମଧ୍ୟ ସୁନା ଏବଂ ରୁପା ଉଭୟର ଦାମ୍ ବଢ଼ିପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି ।
