ଓଡିଶା

ବଢୁଛି ଡେଙ୍ଗୁ ଆତଙ୍କ: ୧୯୭  ପଜିଟିଭ ଚିହ୍ନଟ 

(ଭୁବନେଶ୍ୱର) : ଧୀରେ ଧୀରେ ଘନେଇବାରେ ଲାଗିଲାନି ଡେଙ୍ଗୁ ଆତଙ୍କ । ଗତ ୨-୩ବର୍ଷ ଧରି ରାଜଧାନୀ ଓ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ମୁଖ୍ୟତଃ ଡେଙ୍ଗୁର ହଟସ୍ପଟ ପାଲଟିଛି ଭୁବନେଶ୍ୱର । ରାଜଧାନୀରେ ଡ଼େଙ୍ଗୁ ସ୍ଥିତି ଜଟିଳ ହେଉଥିବା ବେଳେ ବର୍ଷା ଆରମ୍ଭ ନ ହେଉଣୁ ଆଇଆରସି ଭିଲେଜ, ସାଲିଆ ସାହି ଓ ଓଲଡ଼ ଟାଉନ ଅଞ୍ଚଳ ହଟସ୍ପଟ୍ ପାଲଟିଛି । ଭୁବନେଶ୍ବର ସମେତ ରାଜ୍ୟର ୧୮ଟି ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚଳିତ ମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ ନମୁନା ପରୀକ୍ଷା ହୋଇଛି । ସେଥିମଧ୍ଯରୁ ୧୯୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୧୦୫ ରୋଗୀ ରହିଛନ୍ତି ।

ସୋମବାର ଦିନ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ପ୍ରାୟ ୯ ଜଣ ଖୋର୍ଦ୍ଧା ଜିଲ୍ଲାରୁ ରହିଥିଲେ । ସେହିପରି ଯାଜପୁରରୁ ୧୨ ଜଣ, ବାଲେଶ୍ବର-ପୁରୀରୁ ୧୦, କଟକରୁ ୧୧ ଓ ଭଦ୍ରକରୁ ପ୍ରାୟ ୮ ଜଣ ଡ଼େଙ୍ଗୁ ରୋଗୀ ଥିବା ଜଣାପଡ଼ିଛି । ଗତବର୍ଷ ମୋଟ ୬୧୨୫ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୩୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

 

Related posts

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

mahabharatanews

ଉଦଳାରେ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

mahabharatanews

ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

mahabharatanews