j(ଭୁବନେଶ୍ୱର) : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଘନୀଭୂତ ହୋଇ ୨୪ ତାରିଖ ସୁଦ୍ଧା ଅବପାତ ସମ୍ଭାବନା ରହିଛି । ୨୩ ଓ ୨୪ରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା ହୋଇଛି । ବାତ୍ୟା ନେଇ ସ୍ପଷ୍ଟ ହୋଇନଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।
ସୂଚନାନୁଯାୟୀ , ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଅସ୍ତରଙ୍ଗ ଅଞ୍ଚଳର ମତ୍ସ୍ୟଜୀବୀ ମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେମାନଙ୍କ ଘର ସଜାଡ଼ିବା ସହ ଡଙ୍ଗା ସବୁକୁ ଉପରକୁ ଉଠାଇଛନ୍ତି । ୨୨ ତାରିଖ ପରେ କିମ୍ବା ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ । ଦୁଇ ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୨୪ ତାରିଖରେ ଜଗତସିଂହପୁର ଏବଂ କେନ୍ଦ୍ରପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୨୫ ତାରିଖ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି ହୋଇଛି ।