ଓଡିଶା

୨୬ରେ ସୁଦ୍ଧା ଆଉ ଏକ ଲଘୁଚାପ

(ଭୁବନେଶ୍ୱର) :  ୨୬ ତାରିଖ ସୁଦ୍ଧା ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଆଣ୍ତାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରିହିଛି । ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୨୭ ତାରିଖ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ସୂଚନାନୁଯାୟୀ , ଆସନ୍ତା ୨ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ଖରା ଟାଣ ହେବ। ୨୪ ତାରିଖରୁ ରାଜ୍ୟରେ ପୁଣି ମେଘୁଆ ପାଗ ଦେଖାଯିବ। ଆସନ୍ତା ୪ରୁ ୫ ଦିନ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ। ଥଣ୍ଡା ଏହିଭଳି ରହିବ। ଗତ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ବର୍ଷା ମଧ୍ୟ ହୋଇଯାଇଛି। ପୁରୀ‌ ଜିଲ୍ଲାର ଗୋପରେ ୧୨ ମିମି ବର୍ଷା ହୋଇଥିବା ବେ‌ଳେ କୃଷ୍ଣପ୍ରସାଦ ଓ କାକଟପୁରରେ ୧୧ ମିମି, ଅସ୍ତରଙ୍ଗରେ ୧୦ ମିମି ଓ ପୁରୀରେ ୯ ମିମି ବର୍ଷା ହୋଇଯାଇଛି।

 

Related posts

ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି

mahabharatanews

ମାଓ ନେତା ଏମକେସିଜି ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଇଏନଟି ବିଭାଗରେ ଭର୍ତ୍ତି

mahabharatanews

ଆସନ୍ତା ୨୪ ଘଣ୍ଟାରେ ଓଡିଶା ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

mahabharatanews