(ଭୁବନେଶ୍ୱର) : ୨୬ ତାରିଖ ସୁଦ୍ଧା ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଆଣ୍ତାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରିହିଛି । ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୨୭ ତାରିଖ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
ସୂଚନାନୁଯାୟୀ , ଆସନ୍ତା ୨ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ଖରା ଟାଣ ହେବ। ୨୪ ତାରିଖରୁ ରାଜ୍ୟରେ ପୁଣି ମେଘୁଆ ପାଗ ଦେଖାଯିବ। ଆସନ୍ତା ୪ରୁ ୫ ଦିନ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ। ଥଣ୍ଡା ଏହିଭଳି ରହିବ। ଗତ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ବର୍ଷା ମଧ୍ୟ ହୋଇଯାଇଛି। ପୁରୀ ଜିଲ୍ଲାର ଗୋପରେ ୧୨ ମିମି ବର୍ଷା ହୋଇଥିବା ବେଳେ କୃଷ୍ଣପ୍ରସାଦ ଓ କାକଟପୁରରେ ୧୧ ମିମି, ଅସ୍ତରଙ୍ଗରେ ୧୦ ମିମି ଓ ପୁରୀରେ ୯ ମିମି ବର୍ଷା ହୋଇଯାଇଛି।
