ଓଡିଶା

ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ଜଣେ ନିକ୍ସଲ ନିପାତ

(ଛତିଶଗଡ଼) :ସୀମାନ୍ତ ଛତିଶଗଡ଼ର ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡା ସୀମାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଚାଲିଛି। ଫଳରେ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ଜଣେ ନିକ୍ସଲ ନିପାତ ହୋଇଥିବା ବେଳେ ଅନ୍ୟ ୨ ଜଣ ନକ୍ସଲ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ ,  ତିନି ଜିଲ୍ଲାର ସୀମାରେ ନକ୍ସଲ ଏକ ବଡ଼ଧରଣର ବୈଠକ କରୁଛନ୍ତି। ତୁରନ୍ତ ଜିଲ୍ଲା ପୁଲିସ, ଡିଆରଜି ଏବଂ ସିଆରପିଏଫ ଯବାନ ଜଂଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଜି ସକାଳୁ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ଦିନ ଗୋଟାଏ ପର୍ଯ୍ୟନ୍ତ ରହି ରହି ଗୁଳି ଶଦ୍ଦ ଶୁଭୁଥିଲା। ପରେ ଯବାନ ସର୍ଚ୍ଚ ଅପରେସନରେ ଜଣେ ନକ୍ସଲର ମୃତଦେହ ଉଦ୍ଧାର କରିଥିଲେ। ଦୁଇ ଜଣ ନକ୍ସଲକୁ ଗୁଳି ବାଜିଥିବାରୁ ସେମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ଜଂଗଲରେ ଯବାନ ଏହି ଦୁଇ ଆହତ ନକ୍ସଲକୁ ଗିରଫ କରିବା ପାଇଁ ଜାଲ ବିଛାଇଛନ୍ତି।

Related posts

୧୪ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ 

mahabharatanews

ଆଜି ପବିତ୍ର ବୈଶାଖ ଶୁକ୍ଳ ଅଷ୍ଟମୀରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ

mahabharatanews

ମନରେଗାରେ ୨୦୦ଦିନର କର୍ମନିଯୁକ୍ତି ଦାବି କରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର

mahabharatanews