ଓଡିଶା

କାଗଜ ଗୋଦାମରେ ଅଗ୍ନିକାଣ୍ଡ

(ମହାଭାରତ, ବାରିପଦା): ବାରିପଦା ମଞ୍ଚାବନ୍ଧା ନିକଟରେ ଥିବା ଏକ କାଗଜ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଦାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧା ନିକଟରେ ଥିବା ଏକ ରଦ୍ଦି କାଗଜ ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଥିଲା । ନିଆଁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ନିଆଁ ଲିଭା କାର୍ଯ୍ୟ ରାତିରୁ ପରଦିନ ସକାଳ ଯାଏଁ ଚାଲିଥିଲା । ନିଆଁକୁ ଆୟତ୍ତ କରିବାକୁ ଯାଇ ଅଗ୍ନିଶମ କର୍ମଚାରୀ ନାକେଦମ ହୋଇଛନ୍ତି । ୩ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କାର୍ଟୁନ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Related posts

କରୋନା ଭୟରେ ପାଖକୁ ଆସିଲେନି, ଟ୍ରଲିରେ ବୁହା ହେଲା ଶବ

mahabharatanews

ରାଜ୍ୟ ପାଇଁ ବଳିଦାନ ଦେଲେ ଜନଜାତି ୪୦ ପ୍ରତିଶତ

mahabharatanews

ମୁଖ୍ୟମନ୍ତ୍ରୀ ବୁଲି ଦେଖିଲେ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ

mahabharatanews