(ମୁମ୍ବାଇ) : ମୁମ୍ବାଇ ଫେରିଗଲେ ପରିଣୀତି । ନୂଆଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ବଲିଉଡର କିଛି ନାମିଦାମୀ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ | ତେବେ ନିର୍ବନ୍ଧ ସରିବା ପରେ ବର୍ତ୍ତମାନ ପରିଣୀତି ମୁମ୍ବାଇ ଫେରିଯାଇଛନ୍ତି |
ଆଜି ଅପରାହ୍ନ ପ୍ରାୟ ୩.୩୦ ସମୟରେ ପରିଣୀତି ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ । ଏହି ସମୟରେ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ପୋଷ୍ଟ କରିଥିଲେ।
ସୂଚନାନୁଯାୟୀ,ପରିଣୀତି ଫଟୋ ସେୟାର କରି ଲେଖିଛନ୍ତି, ‘ବିଦାୟ ଦିଲ୍ଲୀ। ମୁଁ ମୋର ହୃଦୟକୁ ଛାଡି ଚାଲିଯାଉଛି’।