(ଭୁବନେଶ୍ୱର) : ଗୃହ ନଚାଲିବା ନେଇ ବାଚସ୍ପତିଙ୍କୁ ଦୋଷ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବାଚସ୍ପତି ଚାହିଁଥିଲେ ଗୃହ ବାରମ୍ବାର ମୁଲତବୀ ନକରି ବୈଠକ ଡାକି ଆଲୋଚନା କରି ନିଷ୍କର୍ଷ ବାହାର କରି ଗୃହ ଚାଲି ପାରିଥାନ୍ତା । ବିଜେପି ଠିକ୍ ପ୍ରସଙ୍ଗ ଉଠାଇଛି । ଅର୍ପଣ ଚାଉଳ କେତେ ଆସିଲା, କେତେ ଟଙ୍କା ଆସିଲା କାହା ପାଖରେ ହିସାବ ନାହିଁ । ଏପରିକି ଯାଞ୍ଚ କମିଟି ସ୍ପଷ୍ଟ କଲା ଯେ ଉଷୁନ ଚାଉଳ ମିଶିଛି । ଏହା ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି । ପରୀ ପ୍ରସଙ୍ଗ ଆଜି ଉଠାଇବାର କିଛି ଆବଶ୍ୟକ ନଥିଲା । କଂଗ୍ରେସ ଦାବି କରିଥିଲା ହାଇକୋର୍ଟ ମନିଟରିଂରେ କମିଟି ଗଠନ ପାଇଁ, କଂଗ୍ରେସ ଏସଆଇଟି ତଦନ୍ତ ଦାବି କରିଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
previous post
next post