ଓଡିଶା

୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା 

(ଭୁବନେଶ୍ୱର) : ଫେବ୍ରୁଆରି ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୨୦ ତାରିଖରେ ଯୁକ୍ତ ୨ ପରୀକ୍ଷା ସରିବ। ଫେବ୍ରୁଆରି ୧୬ରୁ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ।

ସୂଚନାନୁଯାୟୀ ,  ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ମଧ୍ୟ ଘୋଷିତ ହୋଇଛି।  ଚଳିତ ବର୍ଷ ବିଜ୍ଞାନରେ ପ୍ରାୟ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହା ସହ କଳାରେ ପ୍ରାୟ ୪ ଲକ୍ଷ ଓ ବାଣିଜ୍ୟରେ ପ୍ରାୟ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ସୂଚନା ରହିଛି। ମାର୍ଚ୍ଚ ୨୦ ତାରିଖରେ ଯୁକ୍ତ ୨ ପରୀକ୍ଷା ସରିବ।

Related posts

ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ସମୀର ଦାସ

mahabharatanews

ବିଲୁପ୍ତ ହେବାକୁ ବସିଲାଣି ମହାଦ୍ରୁମ ନିମ୍ବ।

mahabharatanews

ନକଲି ସମ୍ବଲପୁରୀ ଶାଢ଼ୀ ଓଡିଶା ମାର୍କେଟକୁ ଆସିବା ପରେ ବୁଣାକାରଙ୍କ ଉପରେ ପଡ଼ିଛି ବଡ଼ ପ୍ରଭାବ

mahabharatanews