ମନୋରଞ୍ଜନ

ପାଦରେ ପାଦ ମିଳାଇ ନାଚିଲେ ଦୀପିକା-ରଣବୀର 

(ଗୁଜୁରାଟ) : ଗୁଜୁରାଟର ଜାମନଗରରେ କୋଟିପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଏବଂ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ପ୍ରି-ୱେଡିଂ କାର୍ଯ୍ୟକ୍ରମ ପାଇଁ ବଲିଉଡର ତାରକାଙ୍କ ଠାରୁ ନେଇ ବ୍ୟବସାୟୀ, ଖେଳାଳିଙ୍କ ସମେତ ଦୁନିଆର କୋଣଅନୁକୋଣରୁ ଅ‌ନେକ ସେଲିବ୍ରେଟି ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଗର୍ଭବତୀ ଥିବା ସତ୍ୱେ ଅଭିନେତା ତଥା ସ୍ବାମୀ ରଣବୀର ସିଂହଙ୍କ ସହିତ ପାଦରେ ପାଦ ମିଳାଇ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ସୂଚନାନୁଯାୟୀ , ଅମ୍ବାନୀ ପରିବାରର ଏହି ଖୁସିର ମୁହୂର୍ତ୍ତରେ ବଲିଉଡର ତିନଖାନ ଶାହରୁଖ ଖାନ, ସଲମାନ ଖାନ ଓ ଅମୀର ଖାନଙ୍କୁ ବି ଏକାଠି ଝୁମି ଥିବା ଦେଖିବାକୁ ମିଳିଛି। ତିନିଖାନଙ୍କୁ ଏକାଠି ନାଚୁଥିବାର ଦେଖି ଦର୍ଶକ ବି ଖୁବ ଖୁସି ହୋଇଯାଇଛନ୍ତି।

Related posts

ଆସନ୍ତାକାଲି ପରଦାକୁ ଆସିବ ‘ଦ କେରଳ ଷ୍ଟୋରି’

mahabharatanews

ଯାଦୁର ମା’ଭାବେ ଟ୍ରୋଲ ହେଲେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏ

mahabharatanews

ବଡ ପରଦାରେ ଆସୁଛି ‘ରାମାୟଣ’

mahabharatanews