ବିଟ୍ରେନର ରାଣୀ ଏଲିଜାବେଥକଙ୍କ ପରୋଲୋକ ଘଟଛି। ସ୍କଟଲ୍ୟାଣ୍ଡର ବାଲାମୋରାଲରେ ୯୬ ବର୍ଷିୟା ରାଣୀ ଏଲିଜା ଚିରଦିନ ପାଇଁ ଆଖିବୁଜିଲେ । ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ । ବାଲମୋରାଲ କ୍ୟାସଲରେ ଗତବର୍ଷ ଅକ୍ଟୋବରରୁ ତାଙ୍କର ଚିକିତ୍ସା ଚାଲିଥିଲା । ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା ।
ଲଣ୍ଡନରୁ ପରିବାର ସଦସ୍ୟ ବି ପହଁଚିଯାଇଥିଲେ । କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା । ତେବେ ବ୍ରିଟେନରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ସେ ଶାସନ ଗାଦିରେ ରହିଥିଲେ । ଦୁଇ ଦିନ ତଳେ ରାଣୀଙ୍କ ଫଟୋ ଓ ଭିଡିଓ ସାମନାକୁ ଆସିଥିଲା । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସଙ୍କୁ ସେ ନିଯୁକ୍ତି ଦେଇଥିଲେ । ରାଣୀଙ୍କ ପରଲୋକ ପରେ ଲଣ୍ଡନର ବକିଂହାମ୍ ପ୍ୟାଲେସରେ ଗାର୍ଡ ପରିବର୍ତ୍ତନ ପରମ୍ପରାକୁ ବନ୍ଦ ରଖାଯାଇଛି । ସମଗ୍ର ବ୍ରିଟେନରେ ଶୋକର ଛାୟା ଖେଳିଯାଇଛି ।
ରାଣୀ ଏଲିଜାବେଥଙ୍କ ଜନ୍ମ ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନରେ ହୋଇଥିଲା । ନୌସେନା ଅଧିକାରୀ ମାଉଣ୍ଟ ବ୍ୟାଟେନଙ୍କ ସହ ତାଙ୍କର ବିବାହ ହୋଇଥିଲା । ତାଙ୍କର ୪ ସନ୍ତାନ ପ୍ରିନ୍ସ ଚାର୍ଲସ, ପ୍ରିନ୍ସ ଆନି, ପ୍ରିନ୍ସ ଆଣ୍ଡ୍ର୍ୟୁ ଏବଂ ପ୍ରିନ୍ସ ଏଡୱାର୍ଡ ଅଛନ୍ତି । ୨୦୨୧ ଏପ୍ରିଲରେ ସ୍ୱାମୀ ଫିଲିପଙ୍କ ୯୯ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ୧୯୫୨ରେ ପିତା ଜର୍ଜ ସିକ୍ସଥଙ୍କ ମୃତ୍ୟୁ ପରେ ୨୫ ବର୍ଷ ବୟସରେ ରାଜ ସିଂହାସନରେ ବସିଥିଲେ ରାଣୀ ଏଲିଜାବେଥ୍ । ସେ ବ୍ରିଟେନ୍ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡା, ଆଣ୍ଟିଗୁଆ, ବର୍ମୁଡା, ବାହାମସ୍, ବ୍ରାଜିଲ, ସେଣ୍ଟ ଲୁସିଆ ଓ ସେଣ୍ଟ ଭିନସେଣ୍ଟ ଭଳି ୧୫ଟି ଦେଶର ରାଣୀ ଥିଲେ । ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ୭୩ ବର୍ଷିୟ ବଡପୁଅ ପ୍ରିନ୍ସ ଚାର୍ଲସ ବ୍ରିଟେନ୍ର ନୂଆ ରାଜା ହୋଇଛନ୍ତି ।
କିଙ୍ଗ ଚାର୍ଲସ ସିଂହାସନରେ ବସିବା ପରେ ବ୍ରିଟେନ ଏବଂ ବ୍ରିଟେନବାସୀଙ୍କ ଜୀବନ ସହିତ ଜଡିତ ଅନେକ ଜିନିଷ ବଦଳିବାକୁ ଯାଉଛି । ଏଥିରେ ଜାତୀୟ ସଙ୍ଗୀତ, ଟଙ୍କା, ନୋଟ, ପୋଷ୍ଟାଲ ଷ୍ଟାମ୍ପ, ପୋଷ୍ଟବାକ୍ସ, ଏବଂ ପାସପୋର୍ଟ ଭଳି ଜିନିଷ ସାମିଲ ରହିଛି । ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକର ପରିଣାମ ସ୍ୱରୂପ ସାରା ୟୁନାଇଟେଡ କିଙ୍ଗଡମ ଏବଂ ରାଜ୍ୟଗୋଷ୍ଠୀର ବିଭିନ୍ନ ସଂସ୍ଥାନର ନାମ ମଧ୍ୟ ପରିବର୍ତ୍ତନ କରାଯିବ । କ୍ୱିନ୍ ଏଲିଜାବେଥ ଦ୍ୱିତୀୟଙ୍କ ଫଟୋ ସ୍ଥାନରେ ବର୍ତ୍ତମାନ କିଙ୍ଗ ଚାର୍ଲସ ତୃତୀୟଙ୍କ ଫଟୋ ଦେଶର ବିଭିନ୍ନ ପ୍ରତୀକରେ ନଜର ଆସିବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ବଦଳିବା ପାଇଁ ଯାଉଛି ।
ୟୁନାଇଡେଟ କିଙ୍ଗଡମ ଏବଂ ଅନ୍ୟ କିଛି ଦେଶର ଟଙ୍କା ଏବଂ ବ୍ୟାଙ୍କ ନୋଟରେ ବର୍ତ୍ତମାନ କିଙ୍ଗ ଚାର୍ଲସଙ୍କ ପ୍ରତିକୃତୀ ରହିବ । ଏହି ପରିବର୍ତ୍ତନ ଇଷ୍ଟ କ୍ୟାରିବିଆନରୁ ଆରମ୍ଭ ହୋଇ କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ସହ ଅନ୍ୟ ଦେଶର ମୁଦ୍ରାରେ ମଧ୍ୟ ନଜର ଆସିବ । ଦ ଗର୍ଡିଆନରେ ପ୍ରକାଶିତ ରିପୋର୍ଟ ଅନୁସାରେ ବର୍ତ୍ତମାନ ୪.୫ ବିଲିୟନ ଷ୍ଟର୍ଲିଙ୍ଗ ବ୍ୟାଙ୍କ ନୋଟ ପ୍ରଚଳନ ରହିଛି, ଏଥିରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଫଟୋ ଚିତ୍ର ରହିଥିଲା । ଏହାର ମୋଟ ମୂଲ୍ୟ ୮୦ ବିଲିୟନ ୟୁରୋ । ଏହାକୁ ନୂଆ ସମ୍ରାଟଙ୍କ ଚେହେରାରେ ପରିବର୍ତ୍ତନ ପାଇଁ ପାଖାପାଖି ଦୁଇ ବର୍ଷ ସମୟ ଲାଗିବ । ନିକଟରେ ୫୦ ୟୁରୋର ନୂଆ ସିନ୍ଥେଟିକ ନୋଟ ଜାରି କରାଯାଇଥିଲା ତେଣୁ ବ୍ୟାଙ୍କ ଅଫ ଇଂଲଣ୍ଡକୁ ପୁରୁଣା ନୋଟ ଫେରାଇ ନେଇ ନୂଆ ନୋଟ ଜାରିକରିବାକୁ ୧୬ ମାସର ସମୟ ଲାଗିଥିଲା । ତେବେ ବର୍ତମାନ ବ୍ରିଟେନ୍ର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ବିଶ୍ୱବ୍ୟାପୀ ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଣୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ବିଶ୍ୱ ଜଣେ ମହାନ୍ ବ୍ୟକ୍ତିତ୍ୱଙ୍କୁ ହରାଇବା ସହ ବ୍ରିଟେନରେ ୭୦ ବର୍ଷ ଯୁଗର ଅବସାନ ଘଟିଲା ବୋଲି ଟ୍ୱିଟ୍ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ୨୦୧୫ ଏବଂ ୨୦୧୮ରେ ୟୁକେ ଗସ୍ତ ଅବସରରେ ରାଣୀ ଏଲିଜାବେଥ୍ ତାଙ୍କୁ ଦେଇଥିବା ଆତିଥ୍ୟ ସେ କେବେବି ଭୁଲି ପାରିବେ ନାହିଁ ବୋଲି ମୋଦି ଟ୍ୱିଟ୍ କରିଛନ୍ତି ।