ଓଡିଶା

ପୁଣି ରାଜଧାନୀରେ ସାମ୍ନାକୁ ଆସିଲା ରାଗିଂ

ଭୁବନେଶ୍ୱର: ପୁଣି ରାଜଧାନୀରେ ସାମ୍ନାକୁ ଆସିଲା ରାଗିଂ । ଖଣ୍ଡଗିରି ଥାନାରେ ଅଭିଯୋଗ କଲେ ଛାତ୍ର । ତେବେ ରାଗିଂ ନେଇ ବେସିକ ସାଇନ୍ସ କଲେଜର ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ସୋମନାଥ ସେଠୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ୩ ଜଣ ସିନିୟର ଛାତ୍ର ତାଙ୍କୁ ରାଗିଂ କରୁଛନ୍ତି । ମଦ ପିଇବାକୁ ଟଙ୍କା ନ ଦେବାରୁ ମାଡ ମାରିବା ସହ ଉଠବସ କରାଇଥିବା ଅଭିଯୋଗ ଆଣିଲେ ସୋମନାଥ । ତେବେ ମାଡ ମାରିଥିବା ଛାତ୍ର ଏଗ୍ରୀକଲଚର ବିଭାଗର ବୋଲି ସୂଚନା ଦେଇଛି ଖଣ୍ଡଗିରି ଥାନା ପୋଲିସ । ଓୟୁଏଟି କ୍ୟାମ୍ପସ ଭିତରେ ଘଟିଛି ଏହି ଘଟଣା ।

ସେପଟେ ମଞ୍ଚେଶ୍ୱର ଥନା ଅଞ୍ଚଳରେ ଥିବା ଏକ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ମଧ୍ୟ ରାଗିଂକୁ ନେଇ ଘଟିଛି ସାଂଘାତିକ ଘଟଣା । ତେବେ ସିନିୟରଙ୍କ ରାଗିଂ ସହି ନପାରି ୨ ଜଣ ପିଜି ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡିଛି । ତେବେ ଜଣେ କଟକର ପ୍ରବୀର ବିଶ୍ୱାଳ ହୋଇଥିବା ବେଳେ ଅନ୍ୟଜଣେ ଛାତ୍ର ଯାଜପୁରର ସ୍ୱାଧୀନ ପଣ୍ଡା । ବର୍ତ୍ତମାନ ୨ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଥାନାରେ ଏ ନେଇ କୌଣସି ଅଭିଯୋଗ ନ ହୋଇଥିବା ବେଳେ କର୍ତ୍ତୃପକ୍ଷ ଘଟଣା ଚାପିଦେବାକୁ ଯୋଜନା କରୁଥିବା ଜଣାପଡିଛି । ତେବେ ୨ ଦିନ ତଳେ ସେ ୨ ଛାତ୍ରଙ୍କୁ ସିନିୟର ରୁମରେ ପୁରାଇ ପ୍ୟାଣ୍ଟ ଖୋଲିବାକୁ ବାଧ୍ୟ କରିଥିଲେ । ଏହାକୁ ଦୁହେଁ ପ୍ରତିବାଦ କରିବାରୁ ମାଡ ମାରିଥିବା ଜଣା ପଡିଛି ।

ତେବେ ଏହା ପୂର୍ବରୁ ବିଜେବି କଲେଜରେ ରାଗିଂ ଯୋଗୁଁ ଜଣେ ଛାତ୍ରୀ ରୁଚିକା ଆତ୍ମ ହତ୍ୟା ଘଟଣା ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିବା ବେଳେ ସାମ୍ନାକୁ ଆସୁଛି ଘୃଣ୍ୟ ରାଗିଂର ନଗ୍ନ ଚିତ୍ର ।

Related posts

ଶେଷରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

mahabharatanews

ଭିମସାର ଆଇସୋଲେସନରେ ମହାରାଷ୍ଟ୍ର ଫେରନ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

mahabharatanews

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ୫ ଘଣ୍ଟା ସାଧାରଣ ଦର୍ଶନ ମନା

mahabharatanews

Leave a Comment