ଓଡିଶା

ଗରମରୁ ତ୍ରାହି; ବିଭିନ୍ନ ଜିଲ୍ଲାରେ କାଳବୈଶୀଖିଜନିତ ବର୍ଷା ସମ୍ଭାବନା 

(ଭୁବନେଶ୍ୱର) : ପ୍ରବଳ ଗ୍ରୀଷ୍ମପ୍ରବାହ ପରେ ଆସନ୍ତା କିଛିଦିନ ରାଜ୍ୟବାସୀଙ୍କୁ ଗରମରୁ ତ୍ରାହି ମିଳିବାର ସମ୍ଭାବନା ରହିଛି । ଭୁବନେଶ୍ବର ସ୍ଥିତ ଆଂଚଳିକ ପାଣିପାଗ ବିଭାଗର ବୁଲେଟିନ ଅନୁସାରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶୀଖିଜନିତ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନାନୁଯାୟୀ , ଆସନ୍ତା ୭ ତାରିଖ ସୁଦ୍ଧା ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ବିଶେଷକରି ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ପବନ ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Related posts

ବାଇକକୁ ପିଟିଲା କାର, ଜଣେ ଗୁରୁତର

mahabharatanews

ଜାତୀୟ ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

mahabharatanews

ଆଜି ଶ୍ରୀଜିଉଙ୍କ ଚିତାଲାଗି ନୀତି ; ୪ଘଣ୍ଟା ଦର୍ଶନ ମନା

mahabharatanews