ମନୋରଞ୍ଜନ

ରେକର୍ଡ କଲା ପ୍ରଭାସଙ୍କ ଫିଲ୍ମ ସାଲାର୍‌’ର ଟିଜର୍‌ 

(ମୁମ୍ବାଇ) : ରିଲିଜ ହୋଇଯାଇଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସାଲାର୍‌’ର ଟିଜର୍‌  । ପ୍ରଭାସଙ୍କ ଅଭିନୀତ ଏହି ଫିଲଟି ଦର୍ଶକଙ୍କ ମନରେ ଖୁସିର ମାହୋଲ ବନେଇଦେଇଛି । ଟିଜର ଟି ରିଲିଜ ହେବାପରଠାରୁ ରେକର୍ଡ କରିଛି  । ତେବେ ଟ୍ରେଲର ଏତେ ହିଟ ହୋଇଥିବା ବେଳେ ଏହି ଫିଲ୍ମଟି ପ୍ରେକ୍ଷାଳୟରେ ଚଳିତବର୍ଷ ସେପ୍ଟମ୍ବର ୨୩ ତାରିଖରେ ରିଲିଜ୍‌ ହେବ।

ସୂଚନାନୁଯାୟୀ ,  ‘ସାଲାର୍‌’ର ଟିଜର୍‌ ରିଲିଜ୍‌ ହେବା ପରେ ଆଜି ସକାଳଟି ତାଙ୍କ ପ୍ରଶଂସକଙ୍କ ପାଇଁ ବେଶ୍‌ ସ୍ବତନ୍ତ୍ର ହୋଇଛି। ଟିଜର୍‌କୁ ଦେଖିବା ପରେ ପ୍ରଶଂସକଙ୍କ ଭିତରେ ଫିଲ୍ମକୁ ଦେଖିବା ପାଇଁ ଉତ୍ସୁକତା ଢେର ଅଧିକ ବଢ଼ିଯାଇଛି ପ୍ରଭାସଙ୍କ ଏହି ଫିଲ୍ମରେ ଭର୍‌ପୂର ଆକ୍ସନ ଦେଖିବାକୁ ମିଳିବ ବୋଲି ଟିଜର୍‌ ଦେଖି ଅନୁମାନ କରାଯାଉଛି। ଫିଲ୍ମର ଟ୍ରେଲର ବହୁତ ଜୋରଦାର ହେବ ବୋଲି ଆଶା କରାଯାଉଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଭାସ ତାଙ୍କ ‘ବାହୁବଲୀ’ର ରେକର୍ଡକୁ ଭାଙ୍ଗିବେ ବୋଲି କୁହାଯାଉଛି।

Related posts

ଇଡିକୁ ୨ସପ୍ତାହର ସମୟ ମାଗିଲେ ରଣବୀର 

mahabharatanews

ଅନନ୍ତ ଅମ୍ବାନୀଙ୍କ ପ୍ରି ୱିଡିଂ: ଧୁମ ନାଚିଲେ ସଲମାନ

mahabharatanews

ବିବାହ କରିବେ ରଶ୍ମିକା

mahabharatanews