ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁ ହାଇସ୍କୁଲ ଠାରେ ରାଜ୍ୟ ସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତାମାନଙ୍କ ତ୍ରୀଦିବସିୟ ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ତଥା ଜୁନିୟର ରେଡକ୍ରସ ସଂପାଦକ ଅନ୍ତର୍ୟ୍ୟାମି ବିଶ୍ୱାଲ ଓ ଜୁନିୟର ରେଡକ୍ରସ ଅଫିସର ସୁବାଷ ପଟେଲ ସଂଯୋଜିତ କାର୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ଯୋଷୀଙ୍କର ଅଧ୍ୟକ୍ଷତା କରିଥିଲେ । କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା,ଅନ୍ୟ ଅତିଥି ଭାବରେ ପର୍ୟ୍ୟବେକ୍ଷକ ଭାବରେ ଛତାମଖନା ହାଇସ୍କୁଲର ପ୍ରଧାନ ଶିକ୍ଷକ ନିଳମଣି ପଟେଲ, କୁରୁଲ ହାଇସ୍କୁଲର କାର୍ୟ୍ୟରତ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକ, ପ୍ରକୃତି ବନ୍ଧୁ ଶିକ୍ଷକ ଆନନ୍ଦ ବଡପଣ୍ଡା,ପୂର୍ବତନ ସରପଞ୍ଚ ବବିତା ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ସକାଳୁ ସର୍ବ ଧର୍ମ ପ୍ରାର୍ଥନା ରୁ ଆରମ୍ଭ ହୋଇ ପ୍ରକଳ୍ପ କାର୍ୟ୍ୟରେ ସମାପିତ ହୋଇଥିଲା । ପ୍ରକଳ୍ପ କାର୍ୟ୍ୟରେ ଗ୍ରାମରେ ଶୋଭାଯାତ୍ରା କରାଯାଇ ନିଶା ନିବାରଣ,ରକ୍ତଦାନ,ସଡକ ସୁରକ୍ଷା, ବୃକ୍ଷ ରୋପଣ ତଥା ରେଡକ୍ରସ ଭୂମିକାକୁ ନେଇ ଗ୍ରାମବାସୀମାନଙ୍କୁ ସଚେତନ କରାଯାଇଥିଲା ।
ବିଦ୍ୟାଳୟର ଜୁନିୟର ଓ କାଉନସିଲରମାନେ ଗୀତ,ନୃତ୍ୟ ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ଶିଶୁ କଳାକାର ସ୍ୱାଗତ ନାଏକ,ଛାତ୍ରୀ ସୃତି ପଟେଲ,ଚନ୍ଦ୍ରିକା ମାଝି, ସୁନିତା ନାଗ,ନମିତା ରାଉତ ପ୍ରମୁଖ ସାଂସ୍କୃତିକ କାର୍ୟ୍ୟକ୍ରମରେ ଭାଗ ନେଇଥିଲେ । ପ୍ରଥମାର୍ଦ୍ଧରେ ଓଡ୍ରାଫ ଟିମ୍ ର ଅସୀତ ସାହୁ, ଦୟାନିଧି କୁମ୍ଭାର,ବିଦ୍ୟା ଭୋଇ, ସୁଧାଂଶୁ ଶେଖର ସାଏ,ଯୁଗଲ ବର୍ତ୍ତି,ଅଭୟ ବାଗ,ପିଣ୍ଟୁ ଥନାପତି ବିପତ୍ତି ଏବଂ ବିପର୍ୟ୍ୟୟ ବିଷୟରେ ଅବଗତ କରାଇଥିଲେ । ଦ୍ୱିତୀୟ ଅଧିବେଶନରେ ମହିମୁଣ୍ଡା ଅଗ୍ନିଶମ ବାହିନିର କର୍ମଚାରୀ ପଞ୍ଚାନନ ବେହେରା, ଦେବବ୍ରତ ପ୍ରଧାନ,ବି.ଶତପଥୀ,ମ.କେ.ବାଗ,ଡି.ନାଏକ,ଡି.କେ ଜେନା,ବି.କେ.ପଟନାୟକ ନିଆଁ ଲିଭାଇବା ବିଷୟରେ ଡେମୋଷ୍ଟ୍ରେସନ ମାଧ୍ୟମରେ ଅବଗତ କରିଥିଲେ । ତୃତୀୟ ଅଧିବେଶନ ସୋନପୁର ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବି ଚନ୍ଦ୍ର ପଶାୟତ ଉତ୍ତମ କାଉନସିଲର ର ଗୁଣାବଳି ବିଷୟରେ ଓ ସାଧନ କର୍ମୀ ଦିଲିପ କୁମାର ଧଳ ଜଳବାୟୁ ପରିବର୍ତ୍ତନ ବିଷୟରେ ଶିକ୍ଷଣ କାର୍ୟ୍ୟ ସଂପାଦନ କରିଥିଲେ ।
ତୁର୍କୀ ଓ ସିରିଆ ଭୂମିକମ୍ପରେ ପ୍ରାଣ ହରାଇଥିବା ଶୋକ ସନ୍ତପ୍ତ ପରିବାର ନିମନ୍ତେ ଶିବିରାର୍ଥି ଓ ଶିକ୍ଷାର୍ଥୀଗଣ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ୩୦ ଜଣ କାଉନସିଲର ମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତାଲିମଦାତା ଭାବରେ ହେମନ୍ତ ପଧାନ,ରବିନ୍ଦ୍ର ଠେଟୁଆଲ,ରଶ୍ମିରାଣି ଦାଶ,ଘନଶ୍ୟାମ ମେହେର,ରାମ ନାରାୟଣ ଦାଶ ପ୍ରମୁଖ କାର୍ୟ୍ୟ ତୁଳାଇଥିଲେ । କାର୍ୟ୍ୟକ୍ରମକୁ ପୃଥ୍ୱୀରାଜ ହାଇସ୍କୁଲର ଶିକ୍ଷକ ତଥା ରାଜ୍ୟ ଜୁନିୟର ରେଡକ୍ରସ ସାଧନକର୍ମୀ ବିକାଶ ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ପଦ୍ମିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ୟ୍ୟକ୍ରମରେ ରୋହିତାଶ୍ୱର ଯୋଷୀ,ଜ୍ୟୋସ୍ନା ଭୋଇ,ସନ୍ତୋଷିନୀ ସାହୁ,ପଦ୍ମିନୀ ସାହୁ,ସନାତନ ବାଗ,ନିତେଇ ନାଏକ,କ୍ଷୀତେଶ୍ୱର ବିଶ୍ୱାଲ,ଶ୍ୟାମରାଣୀ ମହାପାତ୍ର, ଗଙ୍ଗାଧର ବଗର୍ତ୍ତି,ଶିକ୍ଷକ ସୁରେନ୍ଦ୍ର ନାଏକ,ପ୍ରେମରାଜ ପଶାୟତ,ରମାକାନ୍ତ ବେହେରା,ଚିନ୍ତାମଣି ବାଗ,ସନ୍ତୋସିନୀ ମିସ୍ତ୍ରୀ,ଭାଗ୍ୟବତୀ ଜେନା ପ୍ରମୁଖ ସହଯୋଗ କରିଥିଲେ ।
