ଓଡିଶା

ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷା ବୈଠକ

ଗଞ୍ଜାମ: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ମହିଳା ଓ ଶିଶୁ ବିକାଶ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାସ୍କର ଜ୍ୟୋତି ଶର୍ମା ଅଧ୍ୟକ୍ଷତା କରିଥିଲେ । ପୋଷଣ ଅଭିଯାନକୁ ସଫଳ କରିବା ପାଇଁ ସବୁ ବର୍ଗର ହିତାଧିକାରୀଙ୍କ ଆଧାର ସିଡିଂକୁ ଶତ ପ୍ରତିଶତ କରିବା ପାଇଁ ଶ୍ରୀ ଶର୍ମା କହିଥିଲେ। ଜିଲ୍ଲାର ଗର୍ଭବତୀ, ପ୍ରସୂତି ଓ ୭ ମାସରୁ ୬ ବର୍ଷ ସମସ୍ତ ଶିଶୁଙ୍କ ଆଧାର ସିଡିଂ କରାଗଲେ ସରକାରଙ୍କ ସମସ୍ତ ଯୋଜନା ପାଇବାରେ ସୁବିଧା ହୋଇପାରିବ।
ସେହିପରି ଜିଲ୍ଲାର ଚିହ୍ନଟ ହୋଇଥିବା ଅତିଶୟ ପୁଷ୍ଟିହୀନତା ୩୪ ଜଣ ଶିଶୁଙ୍କୁ ଉତ୍ତମ ଚିକିତ୍ସା ସହ ଅଧିକରୁ ଅଧିକ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ କୁହାଯାଇଛି। ଯେଉଁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବିଦ୍ୟାଳୟ ସହ ମିଶ୍ରଣ ହୋଇଛି ସେ ଗୁଡିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ବିଶେଷ କରି ବ୍ରହ୍ମପୁର ମହାନଗର ନିଗମରେ ଏଭଳି ମିଶ୍ରଣ ରହିଥିବା କେନ୍ଦ୍ର ଗୁଡିକ ସଂଖ୍ୟା ଅଧିକ ରହିଛି। ମିଶ୍ରଣ ଥିବା ବିଦ୍ୟାଳୟ ଗୁଡିକ କମ୍ ଉପସ୍ଥାନ ଥିବା ନେଇ ବନ୍ଦ ହୋଇଥିବା ବିଦ୍ୟାଳୟ ଗୁଡିକୁ କାର୍ୟ୍ୟକ୍ଷମ କରିବା ଲାଗି ପଦକ୍ଷେପ ନିଆଯିବ। ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ପିଲାଙ୍କ ଉପାସ୍ଥାନକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ।
ପିଲା, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଯେଉଁ ଗରମ ରନ୍ଧା ଖାଦ୍ୟ ଦିଆଯାଉଛି ତାହାକୁ କ୍ୱାଲିଟିକୁ ନୀରିକ୍ଷଣ କରିବାକୁ ହେବ। ଜିଲ୍ଲାରେ ଭଡାରେ ଚାଲିଥିବା ୬୪୦ ଅଙ୍ଗନବାଡି କେନ୍ଦ୍ରର କୋଠା ସ୍ଥିତି ଅନୁଧ୍ୟାନ କରାଯିବ ଆବଶ୍ୟକ ସ୍ଥଳେ ମରାମତି ଦିଗରେ ମଧ୍ୟ ଧ୍ୟାନ ଦିଆଯିବ। ସେହିପରି ନିର୍ମାଣଧୀନ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ହେବ ଏବଂ ଆଦୌ କାମ ଆରମ୍ଭ ନ ହୋଇଥିବା ନୂତନ କୋଠାର ନିର୍ମାଣ କାମ ଆରମ୍ଭ କରିବାକୁ କୁହାଯାଇଛି। ସେହିପରି ଜିଲ୍ଲାରେ ଖାଲି ପଡିଥିବା ଅଙ୍ଗନୱାଡି କର୍ମୀ ଓ ହେଲପର ପଦବୀ ତୁରନ୍ତ ପୂରଣ କରିବା ପାଇଁ ସଚିବ ଶ୍ରୀ ଶର୍ମା କହିଥିଲେ।
ବିଭାଗ ତଥ୍ୟ ଅନୁସାରେ ଜିଲ୍ଲାରେ ୫୧୬୧ ଅଙ୍ଗନୱାଡି କେନ୍ଦ୍ରର ନୂତନ କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବାବେଳେ ୩୪୪୭ କୋଠାର ନିର୍ମାଣ କାମ ଶେଷ ହୋଇଛି। ୫୮୦ଟି କେନ୍ଦ୍ରର ନିର୍ମାଣ କାମ ବିଲକୁଲ ଆରମ୍ଭ ହୋଇନାହିଁ । ସେହିପରି ୫୧୬୧ ଅଙ୍ଗନବାଡି କର୍ମୀ ମଧ୍ୟରୁ ୬୮ କର୍ମୀଙ୍କ ପଦବି ଖାଲି ପଡିଥିବା ବେଳେ ୫୦୭୧ ହେଲପର୍ ସ୍ଥାନରେ ୧୯ ଜଣ ହେଲପର ପଦବି ଖାଲି ପଡିଛି । ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଗଞ୍ଜାମଖେସ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ସମସ୍ତ ସିଡିପିଓମାନେ ଉପସ୍ଥିତ ଥିଲେ।

Related posts

ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ପକ୍ଷରୁ ଜଳଛତ୍ର ଉଦ୍ଘାଟନ ହୋଇଯାଇଛି

mahabharatanews

ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ବାପା-ମା’ ମୃତ

mahabharatanews

ରାଜ୍ୟରେ ଆଜି ୬ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews