(ଭୁବନେଶ୍ୱର) : ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ରୋଡ଼ ସୋ ରହିଛି । ରୋଡ଼ ସୋ ସମୟରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗଙ୍ଗନଗର ଛକରୁ ବାହାରିଥିବା ରୋଡ଼ ସୋ LIC ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, HDFC ବ୍ୟାଙ୍କ ଛକ, ନୂଆସାହି , ବେହେରା ସାହି, ନିକୋ ପାର୍କ ଛକ , ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ ଯିବ। ମୁଖ୍ୟମନ୍ତ୍ରୀ ଙ୍କ ରୋଡ଼ ସୋ ବେଳେ ବ୍ୟାରିକେଡ଼ିଂ କରାଯିବ । ସେହି ସମୟରେ ଲକ୍ଷାଧିକ ଲୋକ ଏକାଠି ହେବାକୁ ଥିବାରୁ କର୍ଡନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ରୋଡ଼ ସୋ ସମୟରେ ସିନିୟର ପୋଲିସ ଅଫିସର ମାନେ ଉପସ୍ଥିତ ରହିବେ । ଉଚ୍ଚ ବିଲ୍ଡିଂ ମାନଙ୍କରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ରହିବ ।
